ପାଟଣାଗଡ ବିଧାୟକଙ୍କ ଆଗୁଆ ଜାମିନ ଉପରେ ହାଇକୋର୍ଟରେ ଶୁଣାଣି, କେସ୍ ଡାଏରୀ ଦାଖଲ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଲେ କୋର୍ଟ
20/06/2019 at 2:37 PM

କଟକ ୨୦|୬: ପାଟଣାଗଡ ବିଧାୟକ ଜେଇଙ୍କୁ ଉଠବସ କରାଇବା ମାମଲାରେ ବିଧାୟକଙ୍କ ଆଗୁଆ ଜାମିନ ଉପରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । କେସ୍ ଡାଏରୀ ଦାଖଲ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ବିଧାୟକ ସରୋଜ ମେହେରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ପାଇଁ କନିଷ୍ଠ ଯନ୍ତ୍ରୀଙ୍କ ପରିବାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ବିଧାୟକ ପ୍ରମାଣ ନଷ୍ଟ କରିବା ସହ କନିଷ୍ଠ ଯନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ଯୁକ୍ତି ଦର୍ଶାଯାଇଥିଲା ।
କନିଷ୍ଠ ଯନ୍ତ୍ରୀଙ୍କୁ ସମର୍ଥନ କରି ଆଦିବାସୀ ସଂଘ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶାସନ ଓ ପୋଲିସକୁ ଦେଇଥିବା ସମୟ ସୀମା ଶେଷ ହୋଇଛି । ତେଣୁ ରାଜ୍ୟ ସ୍ତରରେ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଛି ସଂଘ । ଏପରି ସ୍ଥିତିରେ ବିଧାୟକଙ୍କ ଅଡୁଆ ବଢିପାରେ ।
ସେପଟେ ଜେଇଙ୍କୁ ଚାପୁଡ଼ା ମାରିଥିବା ନିର୍ବାହୀ ଯନ୍ତ୍ରୀଙ୍କୁ ଖସାଇଦେବାକୁ ମଧ୍ୟ ଚାଲ୍ ଚାଲିଛି । ଏଯାଏଁ ନିର୍ବାହୀ ଯନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ । ଏନେଇ ବିରୋଧର ସ୍ବର ମଧ୍ୟ ଉଠିଲାଣି ।