ଫିଲ୍ମ ‘ମୋହବତେଁ’ରୁ ଫେମସ୍ ହୋଇଥିଲେ ଜୁଗଲ୍ ହଂସରାଜ, ବଲିଉଡରୁ ଦୁରରେ ଥିବା ଏହି ଅଭିନେତା ଜାଣନ୍ତୁ ଏବେ କ’ଣ କରୁଛନ୍ତି

Published By : Prameya-News7 Bureau | July 26, 2021 IST

ନୂଆଦିଲ୍ଲୀ ୨୬/୦୭ : ବଲିଉଡ ଅଭିନେତା ଜୁଗଲ ହଂସରାଜ ଆଜି ତାଙ୍କର ୪୯ ତମ ଜନ୍ମଦିନ ପାଳନ କରୁଛନ୍ତି। ବଲିଉଡ ସହିତ ତାଙ୍କର ସମ୍ପର୍କ ବହୁତ ପୁରୁଣା । ଫିଲ୍ମ 'ମୋହବତେଁ'ରେ କରିଥିବା ‘ସମୀର ଶର୍ମା’ ଭୂମିକା ପାଇଁ ଲୋକମାନେ ତାଙ୍କୁ ଆଜିବି ମନେ ରଖିଛନ୍ତି । ଏହି ଭୂମିକା ସହିତ ସେ ବହୁ ଲୋକପ୍ରିୟ ହୋଇଥିଲେ । ତେବେ ଏହି ଅବସରରେ, ଆସନ୍ତୁ ଜାଣିବା ତାଙ୍କ ଜୀବନ ସହିତ ଜଡିତ କିଛି ବିଶେଷ କଥା ।

{"width":616,"height":462}
Bollywood Actor Jugal Hansraj Says I Signed About 30 To 40 Films But They  Never Took Off | करियर को लेकर जुगल हंसराज ने किया खुलासा, बोले: 30-40  फिल्में साइन की लेकिन सब हुईं डब्बाबंद

ଜୁଗଲ୍ ହଂସରାଜ ପ୍ରଥମେ ଶିଶୁ କଳାକାର ଭାବରେ ଫିଲ୍ମ 'ମାସୁମ୍'(୧୯୮୩) ରେ ନଜର ଆସିଥିଲେ । ସେ ୧୯୯୪ ଫିଲ୍ମ 'ଆ ଗଲେ ଲଗ ଜା'ରେ ଜଣେ ମୁଖ୍ୟ ଅଭିନେତା ଭାବରେ ଅଭିନୟ କରିଥିଲେ, କିନ୍ତୁ ୨୦୦୦ ମସିହାରେ ଫିଲ୍ମ' ମୋହବତେଁ'ରୁ ସେ ତାଙ୍କର ପ୍ରକୃତ ପରିଚୟ ପାଇଥିଲେ। ଏହି ଫିଲ୍ମ ପରେ ସେ ଧୀରେ ଧୀରେ ଅଭିନୟରୁ ଦୂରେଇ ଯାଇଥିଲେ । ସେ ବର୍ତ୍ତମାନ ପର୍ଯ୍ୟନ୍ତ ୧୮ ଟି ଫିଲ୍ମରେ କାମ କରିଛନ୍ତି ।

ସେ ୨୦୧୪ ରେ ତାଙ୍କର ଏନଆରଆଇ ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିଥିଲେ । ଜୁଗଲଙ୍କ ବିବାହର ଖୁଲାସା ସେତେବେଳେ ହୋଇଥିଲା ଯେତେବେଳେ ତାଙ୍କ ବନ୍ଧୁ ଉଦୟ ଚୋପ୍ରା ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଥିଲେ । ସେ ଲେଖିଥିଲେ, 'ମୋର ବନ୍ଧୁ ଜୁଗଲ ହଂସରାଜ ଅକଲ୍ୟାଣ୍ଡରେ ଜସ୍ମିନଙ୍କୁ ବିବାହ କରିଛନ୍ତି। ମୁଁ ଏହି ନୂତନ ଦମ୍ପତିଙ୍କ ଖୁସି କାମନା କରୁଛି ।’

{"width":616,"height":441}
Missing: Jugal Hansraj was given multiple breaks by an otherwise  unforgiving industry

ଜୁଗଲଙ୍କର ଏକ ପୁଅ ଅଛି । ଅଭିନେତାଙ୍କ ପତ୍ନୀ ବୃତ୍ତି ଅନୁଯାୟୀ ଏକ ନିବେଶ ବ୍ୟାଙ୍କର । ଜୁଗଲ ବର୍ତ୍ତମାନ କରନ ଜୋହରଙ୍କ ଧର୍ମ ପ୍ରଡକ୍ସନ୍ସ ସହିତ ଜଡିତ ଅଛନ୍ତି। ସେ କ୍ରିଏଟିଭ୍ ଟିମ୍ ସହିତ କାର୍ଯ୍ୟ କରୁଛନ୍ତି । କରନ ଜୋହର ଏବଂ ଜୁଗଲଙ୍କର ଭଲ ବନ୍ଧୁତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.