୩୫ ବର୍ଷ ବୟସରେ ପାଦ ଥାପିଲେ ହୁମା କ୍ୟୁରେଶି, ଏକ ବିଜ୍ଞାପନ ବଦଳାଇ ଦେଇଥିଲା ଅଭିନତ୍ରୀଙ୍କ ଜୀବନ

Published By : Prameya-News7 Bureau | July 28, 2021 IST

ମୁମ୍ବାଇ ୨୮/୦୭ : ଫିଲ୍ମ ‘ଗ୍ୟାଙ୍ଗ୍ସ ଅଫ୍ ୱାସେପୁର’ ରୁ ଫେମସ୍ ହୋଇଥିବା ଅଭିନେତ୍ରୀ ହୁମା କ୍ୟୁରେଶି ଆଜି ତାଙ୍କର ୩୫ ତମ ଜନ୍ମ ଦିନ ପାଳନ କରୁଛନ୍ତି । ହୁମା ଜୁଲାଇ ୨୮, ୧୯୮୬ ମସିହାରେ ଦିଲ୍ଲୀରେ ଜନ୍ମ ହୋଇଥିଲେ । ସେ କେବଳ ବଲିଉଡରେ ନୁହେଁ ସାଉଥ ଇଣ୍ଡଷ୍ଟ୍ରିରେ ମଧ୍ୟ ନିଜ ଅଭିନୟର କମାଲ ଦେଖାଇଛନ୍ତି ।

{"width":611,"height":389}

ହୁମା ଦିଲ୍ଲୀ ୟୁନିଭର୍ସିଟିରେ ଗ୍ରାଜୁଏସନ୍ କରିବା ପରେ ଅଭିନୟ ପାଇଁ ଥିଏଟର ଗ୍ରୁପରେ ସାମିଲ ହୋଇଥିଲେ । ହୁମା ଫିଲ୍ମ ଦୁନିଆରେ ପାଦ ଦେବା ପୂର୍ବରୁ ଅନେକ ବିଜ୍ଞାପନରେ କାମ କରିଥିଲେ । ସୂଚନା ଅନୂଯାୟୀ ବଲିଉଡ୍ ର କିଙ୍ଗଖାନ ଶାହରୁଖଙ୍କ ସହ ମଧ୍ୟ ଏକ ବିଜ୍ଞାପନ କରିଥିଲେ କିନ୍ତୁ ଥରେ ମୋବାଇଲ ବିଜ୍ଞାପନରେ କାମ କରୁଥିବା ବେଳେ ଫିଲ୍ମ ନିର୍ଦ୍ଦେଶ ଅନୁରାଗ କଶ୍ୟପଙ୍କ ନଜରରେ ପଡିଥିଲେ । ଯାହା ପରେ ହୁମାଙ୍କର ଭାଗ୍ୟ ବଦଳି ଯାଇଥିଲା । ଅନୁରାଗ ତାଙ୍କ ଫିଲ୍ମ ‘ଗ୍ୟାଙ୍ଗ ଅଫ୍ ୱାସେପୁର’ ରେ ନେବା ପାଇଁ ଅଫର ଦେଇଥିଲେ । ଯାହା ଫଳରେ ସେହି ଫିଲ୍ମରେ ପାଦ ଦେଉ ଦେଉ ରାତାରାତି ଷ୍ଟାର ପାଲଟି ଯାଇଥିଲେ । ହୁମା ଇଣ୍ଡଷ୍ଟ୍ରିରେ ଏପର୍ଯ୍ୟନ୍ତ ଦଶନ୍ଧି ପୂରା କରି ନାହାନ୍ତି ସତ କିନ୍ତୁ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚିତ ହୋଇଯାଇଛନ୍ତି ।

ହୁମା ‘ଗ୍ୟାଙ୍ଗ ଅଫ୍ ୱାସେପୁର’ ପରେ ‘ଡି-ଡେ’ , ‘ଡେଢ ଇଶକିୟାଁ’ , ‘ଜଲି ଏଲଏଲବି-୨’ ଏବଂ  ‘କାଲା’ ସମେତ ଅନେକ ଫିଲ୍ମରେ ନଜର ଆସିଛନ୍ତି । ଏହା ବ୍ୟତୀତ ଏକ ୱେବ୍ ସିରିଜ ‘ଲୈଲା’ରେ ମଧ୍ୟ କାମ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.