ସାପ ଓ ବାଜ ପକ୍ଷୀଙ୍କ ମଧ୍ୟରେ ହେଲା ଜୀବନ ଓ ମରଣର ଲଢେଇ, ଜାଣନ୍ତୁ ଶେଷରେ ଜିତିଲା କିଏ…

Published By : Prameya-News7 Bureau | September 02, 2019 IST

ସ୍କୁଲ ସାମ୍ନାରେ ଏକ ଭୟଙ୍କର ଦୃଶ୍ୟ ସମସ୍ତଙ୍କୁ ଡରାଇଦେଇଥିଲା। ଟେକ୍ସାସର ନର୍ଥୱେଷ୍ଟ ଇଣ୍ଡିପେଣ୍ଡେଟ୍‌ ସ୍କୁଲ ବାହାରେ ସାପ ଓ ବାଜ ପକ୍ଷୀ ମଧ୍ୟରେ ଲାଗିଥିଲା ଲଢେଇ । ଏହି ଲଢେଇ Texas Parks and Wildlife-DFW Urban Wildlife ଫେସବୁକ୍‌ରେ ସେୟାର କରିଛି।

ପରିଣାମ କଣ ହୋଇପାରେ ଏହି ଲଢେଇର . ସେଥିପାଇଁ ସମସ୍ତେ ଉତ୍ସୁକ ହୋଇ ଦେଖୁଥିଲେ ଘଟଣା । କେତେବେଳେ ଲାଗୁଥିଲା ଯେ, ବାଜପକ୍ଷୀ କବଳରୁ ମୁକୁଳିପାରିବନି ସାପ ତ ଆଉ କେତେବେଳେ ଲାଗୁଥିଲା ସାପ ଚୋଟରେ ବାଜପକ୍ଷୀର ଜୀବନ ଯିବ । ଏ ଲଢେଇଥିଲା ଅତି ରୋମାଞ୍ଚକର ।

ହେଲେ ଏହି ଲଢେଇରେ ନା କେହି ହାରିଲା ନା କେହି ଜିତିଲା। ଉଭୟ ନିଜ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। ଟେକ୍ସାସ ପାର୍କରେ ଖେଳୁଥିବା ପିଲାମାନେ ଉଭୟଙ୍କୁ ଲଢେଇ ଦେଖିବାକୁ ଯାଇଥିଲେ। ପିଲାମାନେ ଭାବିଲେ ଯେ, ଉଭୟଙ୍କ ମୃତ୍ୟୁ ହୋଇସାରିଛି। ହେଲେ ପାଖରେ ଯାଇ ଦେଖିଥିବାରୁ ଜଣା ପଡିଥିଲା ଯେ, ଦୁହେଁ ବଞ୍ଚିଛନ୍ତି।

 କିଛି ସମୟ ପରେ ସାପ ସେଠାରୁ ପଳାଇଲା ଓ ବାଜ ପକ୍ଷୀ ଉଡିଯାଇଥିଲା।ଉଭୟ ପରସ୍ପରଙ୍କୁ ଛାଡି ପଳାଇଲେ। ଏହି ଲଢେଇର ଫଟୋ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।ଏହି ଭିଡିଓକୁ ୨ ହଜାରରୁ ଅଧିକ ଥର ସେୟାର କରାଯାଇଛି ଓ ୫ ହଜାରରୁ ଅଧିକ ଲୋକେ ରିଏକ୍ଟ କରିଛନ୍ତି।

 ଅନେକ ଲୋକେ ବାଜ ପକ୍ଷୀ ହାରିବାକୁ ନେଇ ଆଶ୍ଚର୍ଯ୍ୟ ହେଉଛନ୍ତି। ପ୍ରତି ମୁକାବିଲାରେ ବାଜ ପକ୍ଷୀ ଜିତେ। ଏହା ପୂର୍ବରୁ ମଧ୍ୟ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ବାଜ ପକ୍ଷୀ ସାପକୁ ଗିଳିଦେଇଥିଲା। ହେଲେ ଏଥର ସେ ସାପକୁ ଛାଡି ଉଡିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.