ହାୱାଲିରେ ଭୟଙ୍କର ଲାଭା ଉଦଗିରଣ ; ୨୬ ଟି ଘର ସମେତ ୩୫ ଟି ଅଟ୍ଟାଳିକା ସଂପୂର୍ଣ୍ମ ଧ୍ୱଂସ
8/05/2018 at 7:10 AM

ହାୱାଲିରେ ଭୟଙ୍କର ଲାଭା ଉଦଗିରଣ । ପ୍ରବଳ ଲାଭା ଉଦଗିରଣ ସହ ନିଆଁ ଓ ଧୂଆଁ ଯୋଗୁଁ ପ୍ରବଳ କ୍ଷୟ କ୍ଷତି ଘଟିଛି । ୮ ଘଣ୍ଟା ଧରି ଲାଭା ଉଦଗିରଣରେ ୨୬ ଟି ଘର ସମେତ ୩୫ ଟି ଅଟ୍ଟାଳିକା ସଂପୂର୍ଣ୍ମ ଧ୍ୱଂସ ହୋଇଯାଇଛି । ରାସ୍ତା ଉପରେ ତରଳ ଉତ୍ତପ୍ତ ଲାଭା ଯୋଗୁଁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଲୋକଙ୍କୁ ଘଟଣାସ୍ଥଳରୁ ଦୂରରେ ରହିବାକୁ ପରାମର୍ଶ ଦୋଇଛି ସାଧାରଣ ପ୍ରତିରକ୍ଷା ବିଭାଗ । ଉତ୍ତର ଆମେରିକା ବାହାରେ ଥିବା ଏକମାତ୍ର ଆମେରିକୀୟ ରାଜ୍ୟରେ ଳାଭା ଉଦଗିରଣ ଯୋଗୁଁ ଏପରି ସ୍ଥିତି ଜାରି ରହିଛି । ଦ୍ୱୀପ ପୁଞ୍ଜକୁ ନେଇ ଗଠିତ ହାୱାଲିର ସର୍ବ ବୃହତ ଦ୍ୱୀପ ଲେଇଲାନିରେ ଏହି ଲାଭା ଉଦଗିରଣ ଜାରି ରହିଛି । ୪ ଦିନ ତଳେ କିଲାଉଇଆ ଦ୍ୱୀପରେ ଏପରି ଭୟଙ୍କର ଲାଭା ଉଦଗିରଣ ହୋଇଥିଲା। ତରଳ ଓ ଉତ୍ତପ୍ତ ଲାଭା, ନିଆଁ ପିଣ୍ଡୁଳା ଭଳି ତରଳ ଖଣିଜ, ପ୍ରବଳ ମାତ୍ରାର ସଲଫର ଡାଇଅକ୍ସାଇଡ ଉଦଗିରଣ ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ଲେଇଲାନି ଇଷ୍ଟେଟ୍ ଓ ଲାନିପୁନା ଗାର୍ଡେନ ଅଞ୍ଚଳରୁ ୧୭ ଶହରୁ ବେଶି ପରିବାରକୁ ସ୍ଥାନାନ୍ତର କରାଯାଇଛି । ଶୁକ୍ରବାର ୬.୯ ମ୍ୟାଗ୍ନିଚୁଡ୍ର ଭୂମିକମ୍ପ ପରେ ଏପରି ଉଦଗିରଣ ଜାରି ରହିଛି ।