ଅତ୍ୟଧିକ ବର୍ଷାକୁ ନେଇ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର

Published By : Prameya-News7 Bureau | March 10, 2021 IST

ହାୱାଇ, ୧୦/୦୩: ଆମେରିକାର ଏକ ରାଜ୍ୟ ହାୱାଇରେ କିଛିଦିନ ଧରି ଲଗାତାର ବର୍ଷା ଜାରି ରହିଛି । ଏଥି ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଏଠାକାର ଗଭର୍ଣ୍ଣର ଡେଭିଡ୍‌ ଆଇଗି ଜରୁରୀକାଳୀନ ପରିସ୍ଥିତିର ଘୋଷଣା କରିଥିବା ଜଣାପଡ଼ିଛି ।

ଏହି ରାଜ୍ୟରେ ବର୍ଷାର ମାତ୍ରା ଏତେ ରହିଛି ଯେ, ବନ୍ୟା ପରିସ୍ଥିତି ସୃଷ୍ଟି ହେବା, ମାଟି ଧସିବା, ଡ୍ୟାମ୍‌ ଭୁଶୁଡ଼ି ପଡ଼ିବା ଆଦି ଭୟରେ ଲୋକେ ଅଛନ୍ତି । ଏହାକୁ ନେଇ ପ୍ରଶାସନ ମଧ୍ୟ ଚିନ୍ତାରେ ପଡ଼ିଯାଇଛି ।

ଡ୍ୟାମ୍‌ ଓଭର୍‌ଫ୍ଲୋ ହୋଇଯିବାର ଯଥେଷ୍ଟ ଆଶଙ୍କା ଥିବାର ପ୍ରଶାସନ କହିଛି । ଏହା ବିପଦସଙ୍କୁଳ ଅବସ୍ଥାରେ ରହିଥିବା ବେଳେ କେତେବେଳେ କେଉଁ ପରିସ୍ଥିତି ଉପୁଜିବ ସେ ନେଇ ପ୍ରଶାସନ ତତ୍ପର ହେବା ସହିତ ପ୍ରଭାବିତ ହେବାକୁ ଥିବା ଜନବସତିରୁ ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଏହି ଜରୁରୀକାଳୀନ ପରିସ୍ଥିତି ପାଇଁ ଅର୍ଥ ସାଧାରଣ ପାଣ୍ଠିରୁ ଭରଣା କରାଯିବ ବୋଲି ଗଭର୍ଣ୍ଣର କହିଛନ୍ତି । ଏହି ବର୍ଷା ଶୁକ୍ରବାର ପର୍ଯ୍ୟନ୍ତ ଲାଗିରହିବ ବୋଲି ଆମେରିକାର ପାଣିପାଗ ବିଭାଗ ସୂଚନା ଦେଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.