‘ହୱା ସିଂହ’ ପ୍ରଥମ ପୋଷ୍ଟର ସେୟାର କଲେ ସଲମାନ…ପରଦାରେ କମ୍‌ବ୍ୟାକ୍‌ କରିବେ ସୁରଜ

Published By : Prameya-News7 Bureau | February 05, 2020 IST

ମୁମ୍ବାଇ୫|୨: ବଲିଉଡରେ କମ୍‌ବ୍ୟାକ୍‌ କରିବେ ସୁରଜ ପଞ୍ଚୋଲି। ୨୦୧୫ ମସିହାରେ ସୁରଜ ପାଞ୍ଚୋଲିଙ୍କ ଫିଲ୍ମ ‘ହିରୋ’ ରିଲିଜ ହେବା ପରେ ଏକ ପ୍ରକାରର ପରଦାରୁ ଦୂରେଇ ଯାଇଥିଲେ ଏହି ଅଭିନେତା। ଏବେ ଏକ ଭଲ ପ୍ରୋଜେକ୍ଟରେ ଅଭିନେତା ଭାବେ ନଜର ଆସିବେ ସୁରଜ। କ୍ୟାପ୍‌ଟେନ୍ ହୱା ସିଂହଙ୍କ ଭୂମିକାରେ ଅଭିନୟ କରିବେ ସୁରଜ। ଏହି ବାୟୋପିକ୍‌କୁ ନେଇ ସୁରଜ ବେଶ ଉତ୍ସାହିତ ଅଛନ୍ତି।

{"id":220378,"sizeSlug":"large"}

ପ୍ରଖ୍ୟାତ ବକ୍ସର ହୱା ସିଂହଙ୍କ ଜୀବନୀ ଉପରେ ଆଧାରିତ ହେବ ଏହି ଫିଲ୍ମ। ସୁରଜଙ୍କର ଏହି ଫିଲ୍ମର ପୋଷ୍ଟର ସଲମାନ ନିଜେ ସୋସିଆଲ ସେୟାର କରିଛନ୍ତି। ଏହି ଫିଲ୍ମର ଫାଷ୍ଟ୍‌ ଲୁକ୍‌କୁ ଦର୍ଶକ ବେଶ ପସନ୍ଦ କରିଛନ୍ତି। ଏଥିରେ ସୁରଜ ଜଣେ ପହିଲମାନ୍‌ଙ୍କ ଲୁକ୍‌ରେ ନଜର ଆସିଛନ୍ତି। ପୋଷ୍ଟରରେ ସେ କ୍ଷୀର ପିଉଥିବା ଦେଖିବାକୁ ମିଳିଛି।

{"id":220379,"sizeSlug":"large"}

ହରିୟାଣାରେ କ୍ୟାପ୍ଟେନ ହୱା ସିଂଙ୍କ ଜନ୍ମ ହୋଇଥିଲା। ୧୯ ବର୍ଷ ବୟସରେ ସେ ଭାରତୀୟ ସେନାବାହିନୀରେ ଯୋଗ ଦେଇଥିଲେ। ୧୯୬୬ ଓ ୧୯୭୦ ମସିହାରେ ଏସିଆନ୍‌ ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରି ସଫଳ ହୋଇଥିଲେ ହୱା ସିଂହ। ୧୯୬୬ମସିହାରେ ତାଙ୍କୁ 'ଅର୍ଜୁନ' ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା। ୧୯୬୧ ରୁ ୧୯୭୨ ମସିହା ପର୍ଯ୍ୟନ୍ତ ସେ ଲଗାତାର ୧୧ ବର୍ଷ ନ୍ୟାସ୍‌ନାଲ୍‌ ଚାମ୍ପିୟନ୍‌ଶିପ୍‌ ଜିତିଥିଲେ।

{"id":220381,"sizeSlug":"large"}

ଅବସର ନେବା ପରେ ସେ ନୂଆ ପ୍ରତିଭାମାନଙ୍କୁ ବକ୍ସିଂ କୋଚିଂ ଦେବା ଆରମ୍ଭ କରିଥିଲେ। କେବଳ ସେତିକି ନୁହେଁ ସେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମଧ୍ୟ ଲାଭ କରିଛନ୍ତି। ଏହି ପୁରସ୍କାର ଗ୍ରହଣ କରିବା ପୂର୍ବରୁ ୨୦୦୦ ମସିହାରରେ ତାଙ୍କର ଦେହାନ୍ତ ହୋଇଯାଇଥିଲା।

{"id":220384,"sizeSlug":"large"}

ସୂଚନାଯୋଗ୍ୟ, ଫିଲ୍ମ 'ହୱା ସିଂହ'ର ନିର୍ଦ୍ଦେଶନା ପ୍ରକାଶ ନାମ୍ବିୟର ଦେବେ। କମଲେଶ ସିଂହ କୁଶବାହ ଓ ସେମ୍‌ ଏସ୍‌ ଫର୍ଣ୍ଣାଡିସ୍‌ ଏହାର ପ୍ରଯୋଜନା କରୁଛନ୍ତି। ଖୁବ୍‌ଶୀଘ୍ର ଫିଲ୍ମର ଶୁଟିଂ ହରିୟାଣିଆରେ ଆରମ୍ଭ ହେବ। ଫିଲ୍ମର ମୁଖ୍ୟ ଭୂମିକାରେ ସୁରଜ ପାଞ୍ଚୋଲି ଅଭିନୟ କରିବେ। ଫିଲ୍ମର ଅନ୍ୟ କଳାକାରଙ୍କ ବିଷୟରେ କୌଣସି ଘୋଷଣା କରାଯାଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.