Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଓୟୋ ହୋଟେଲରୁ କୋଟିଏ ଟଙ୍କା ଜବତ ଘଟଣା : ମାଷ୍ଟର ମାଇଣ୍ଡ ହାବିଲଦାର ଓ କନେଷ୍ଟବଳ ନିଲମ୍ବିତ

29/04/2021 at 3:01 PM

ଭୁବନେଶ୍ବର ୨୯।୪: ଓୟୋ ହୋଟେଲରୁ କୋଟିଏ ଟଙ୍କା ଜବତ ଘଟଣାରେ କମିଶନରେଟ୍ ପୋଲିସର ଜଣେ ହାବିଲଦାର ଓ ଜଣେ କନେଷ୍ଟବଳ ନିଲମ୍ବିତ ହୋଇଛନ୍ତି । ହାବିଲଦାର ଦିଲ୍ଲୀପ ମଲ୍ଲିକ ଓ କନେଷ୍ଟବଳ ସନ୍ଦୀପ୍ତ ପୃଷ୍ଟିକୁ ନିଲମ୍ବିତ କରିଛନ୍ତି ଭୁବନେଶ୍ବର ଡିସିପି । ଛାପା ମାରିବାକୁ ଯାଇ ଲୁଟ୍ କରିଥିଲେ ହାବିଲଦାର ଓ କନେଷ୍ଟବଳ । ଘଟଣାର ତଦନ୍ତ ପାଇଁ ଆଡିସନାଲ ଡିସିପିଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ।

ରାତାରାତି କୋଟିପତି ହେବାର ସ୍ବପ୍ନ ଦେଖିଥିଲେ । ଆଉ ସେଥିପାଇଁ ରଚିଥିଲେ ମିଛ ରେଡ୍‌ର ସାଂଘାତିକ ଷଡ଼ଯନ୍ତ୍ର । ଜଣେ ବ୍ୟବସାୟୀଙ୍କୁ ଲୁଟ୍‌ କରିବା ପାଇଁ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିଲେ ୨ କନେଷ୍ଟବଳ ଓ ଜଣେ ହାବିଲଦାର । ଭୁବନେଶ୍ବରର ଏକ ଓୟୋ ହୋଟେଲରେ ବେଟିଂ ଚାଲିଛି କହି ପୋଲିସ ରେଡ୍‌ କରିବା ପରେ ବିଡ଼ା ବିଡ଼ା ୫ଶହ ଟଙ୍କିଆ ନୋଟ୍‌ ଜବତ କରିଥିଲା । କରଞ୍ଜିଆର ଜଣେ ବ୍ୟବସାୟୀଙ୍କୁ ଲୁଟିବା ପାଇଁ କିଛି ପୋଲିସ କର୍ମଚାରୀ ଯେଉଁ ମାଷ୍ଟର ପ୍ଲାନ୍‌ କରିଥିଲେ, ତାହା ଶୁଣିଲେ ଆପଣଙ୍କ ମୁଣ୍ଡ ଘୁରାଇଦେବ ।

କରଞ୍ଜିଆର ଜଣେ ବ୍ୟବସାୟୀ କମଲ ଶାହାଙ୍କୁ କୋଟିଏ ଟଙ୍କାକୁ ଦେଢ଼ କୋଟି କରିଦେବାର ଲୋଭ ଦେଖାଇ ଭୁବନେଶ୍ବର ଡାକିଥିଲେ  କରଞ୍ଜିଆର ଏକ ଏନଜିଓ ମାଲିକ ପ୍ରଶାନ୍ତ ପଣ୍ଡା । ତାଙ୍କ ସହ ଷଡ଼ଯନ୍ତ୍ରରେ ସାମିଲ ଥିଲେ ୨ ପୋଲିସ କନେଷ୍ଟବଳ ଓ ଜଣେ ହାବିଲଦାର ।  ଲୋଭରେ କୋଟିଏ ଟଙ୍କା ନେଇ ଭୁବନେଶ୍ବର ଆସିଥିଲେ ବ୍ୟବସାୟୀ କମଲ ଶାହା । ପ୍ରତି ପ୍ୟାକେଟ୍‌ରେ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ୪୦ଟି ପ୍ୟାକେଟ୍‌ରେ ଟଙ୍କା ଆଣି ଆସିଥିଲେ ଏହି ବ୍ୟବସାୟୀ ଜଣଙ୍କ । ଓୟୋ ହୋଟେଲରେ ବେଟିଂ ଚାଲିଛି କହି ମିଛ ରେଡ୍‌ କରି ଟଙ୍କା ହଡ଼ପ ପାଇଁ ହୋଇଥିଲା ଯୋଜନା ।  ହେଲେ କୌଣସି ସୂତ୍ରରୁ ଖବର ପାଇ ହୋଟେଲ ଉପରେ ସତ ଚଢ଼ାଉ କରିଥିଲା କମିଶନରେଟ୍‌ ପୋଲିସ । ସେତେବେଳକୁ ୯ଟି ପ୍ୟାକେଟ୍‌ ଅର୍ଥାତ୍‌ ୨୩ଲକ୍ଷ ଟଙ୍କା ଧରି ଛୁ ମାରିଥିଲେ ଷଡ଼ଯନ୍ତ୍ରରେ ସାମିଲ ପୋଲିସ କର୍ମଚାରୀ । ଆଉ ସତ ରେଡ୍‌ରେ ଜବତ ହୋଇଥିଲା ଆଉ ୩୧ ପ୍ୟାକେଟ୍‌ରେ ଥିବା ୭୭ ଲକ୍ଷ ଟଙ୍କା ।

ସିସିଟିଭି ଫୁଟେଜ୍‌ ଦେଖି ଚଢ଼ାଉ କରିବାକୁ ଯାଇଥିବା କମିଶନରେଟ୍‌ ପୋଲିସର ଟିମ୍‌ ମୁଣ୍ଡ ଘୁରିଯାଇଥିଲା । କିଛି ସମୟ ପୂର୍ବରୁ ଏକ ପୋଲିସ ଟିମ୍‌ ହୋଟେଲକୁ ଆସିଥିବା ଏବଂ ଟଙ୍କା ବଣ୍ଡଲ ନେଇ ଚମ୍ପଟ ମାରିଥିବା କଥା ସାମ୍ନାକୁ ଆସିଥିଲା । ଏହାପରେ ଘଟଣାରେ ସମ୍ପୃକ୍ତ ପୋଲିସ ହାବିଲଦାର ଦିଲ୍ଲୀପ ମଲ୍ଲିକ, କନେଷ୍ଟବଳ ସନ୍ଦୀପ ପୃଷ୍ଟି ଓ ପ୍ରଫୁଲ୍ଲ ଭୂୟାଁଙ୍କୁ ଧରିବା ପରେ ତାଙ୍କ ପାଖରୁ ସମସ୍ତ ଟଙ୍କା ଜବତ ହୋଇଥିଲା । ସେହିଭଳି ପୁରୀର ପ୍ରଶାନ୍ତ ପାଢ଼ୀ, ଭୁବନେଶ୍ବରର ଅବିନାଶ ମହେଶ୍ବର ସାହୁ ଏବଂ ପିଙ୍କୁକୁ ମଧ୍ୟ ଗିରଫ କରିଥିଲା ଏୟାରଫିଲ୍ଡ ଥାନା ପୋଲିସ ।

   Related Posts