ଆପଣଂକ ମୋବାଇଲ ଅଛିକି ଅଶ୍ଳିଳ ଫଟୋ କି ଭିଡ଼ିଓ ? ତୁରନ୍ତ ଡ଼ିଲିଟ କରନ୍ତୁ ; ନହେଲେ ଭୋଗିବେ ୫ ବର୍ଷ ଜେଲ ଦଣ୍ଡ

Published By : Prameya-News7 Bureau | October 20, 2018 IST

ନୂଆଦିଲ୍ଲୀ,୨୦/୧୦-ଯଦି ଆପଣଂକ ମୋବାଇଲ ଫୋନ ,ଲାପଟପ  ବା କପ୍ୟୁଟରରୁ ଚାଇଲ୍ଡ଼ ପର୍ନଗ୍ରାଫି ସମ୍ବନ୍ଧିତ କିଛି ଫଟୋ କି ଭିଡ଼ିଓ ଅଛି ତାହାଲେ ତାକୁ ତୁରନ୍ତ ଡିଲିଟ କରନ୍ତୁ । ନହେଲେ ଆପମ ଅସୁବିଧାରେ ପଡିପାରନ୍ତି । ଏପରିକି ଆପଣଂକୁ ୫ ବର୍ଷ ଜେଲ ଦଣ୍ଡ ମଧ୍ୟ ହେଇପାରେ । ୨୦୦୦ ମସିହା  ଆଇଟି ଆକ୍ଟର ଧାରା ୬୭(ଖ) ଅନୁସାରେ ଏହି ଦଣ୍ଡବିଧି ରହିଥଲେ ମଧ୍ୟ ଏହା କଡ଼ାକଡ଼ି ହୋଇନ ଥଲା । କିନ୍ତୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସାଇବର କ୍ରାଇମ ଓ ବିଶେଷକରି ଏଭଳି ମାମଲାର ଅଭିଯୋଗ ପାଇଁ ଏକ ପୋର୍ଟାଲ ଖୋଲିବା ପରେ ଆଇନକୁ କଡ଼ାକଡ଼ି ଭାବେ ଲାଗୁ ହେବା ସମ୍ଭାବନା ରହିଛି । cybercrime.gov.in  ଆଇଡ଼ିରେ ତିଆରି ହୋଇଥବା ଏଇ ପୋର୍ଟାଲ ମାଧ୍ୟମରେ ଚାଇଲ୍ଡ଼ ପର୍ନଗ୍ରାଫି  , ଦୁଷ୍କର୍ମ , ଗଣଦୁଷ୍କର୍ମର ଫଟୋ ବା ଭିଡ଼ିଓ ଯଦି କେହି ସାମାଜିକ  ଗଣମାଧ୍ୟମରେ ଅପଲୋଡ଼ କରୁଥାଏ  ତାହେଲେ ତା ବିରୋଧରେ ଏବେ ଅଭିଯୋଗ କରିହେବ । ଅଭିଯୋଗକାରୀଙ୍କ ପରିଚୟ ଗୋପନ ରଖିବାର ବ୍ୟବସ୍ଥା ରହିଛି । ଫଟୋ ଓ ଭିଡ଼ିଓ ସାମାଜିକ  ଗଣମାଧ୍ୟମରେ ଉପଲବ୍ଧ ହେବା ଦ୍ଵାରା ସମାଜ ଉପରେ ଏହାର କୁପ୍ରଭାବ ପଡ଼ୁଛି । ବିଶେଷକରି କୋମଳମତି  ଛାତ୍ରଛାତ୍ରୀମାନଂକ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବା ସହ ସେମାନଂକୁ ଅପରାଧପ୍ରବଣ କରିଦେଉଛି । ଏହା ଉପରେ ଅଂକୁଶ ଲଗାଇବା ହେଉଛି ଏହି ଆଇନ ଓ ପୋର୍ଟାଲର ମୁଖ୍ୟ ଉଦ୍ଦେଶ୍ୟ । ସେପ୍ଟେମ୍ବର ୩୦ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ପୋର୍ଟାଲ ଆରମ୍ଭ କରିଛନ୍ତି । ପାଖାପାଖି ଦେଢ଼ମାସ ମଧ୍ୟରେ ଏହି ପୋର୍ଟାଲକୁ ୨୭ଟି ଅଭିଯୋଗ ଆସିଛି । କିନ୍ତୁ ଅଭିଯୋଗ ଗୁଡ଼ିକ ଏହି କ୍ୟାଟେଗୋରୀର ନୁହେଁ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ,ଏହି ପୋର୍ଟାଲ ଖୋଲିବା ମାତ୍ରେ ଅଭିଯୋଗକାରୀ ନିଜ ପରିଚୟ ଗୋପନ ରଖିବାକୁ ଚାହୁଁଛନ୍ତି  ନା ପରିଚୟ ଦେବାକୁ ଚାହୁଁଛନ୍ତି ଏଭଳି ଦୁଇଟି ବିକଳ୍ପ ଆସିବ । ଅଭିଯୋଗକାରୀ ନିଜ ଆବଶ୍ୟକତା ଅନୁସାରେ ଯେଉଁଟିକୁ ମଧ୍ୟ ବାଛିପାରିବେ । ଏହା ପରେ ପରେ ଚାଇଲ୍ଡ଼ ପର୍ନଗ୍ରାଫି, ଦୁଷ୍କର୍ମ, ଗଣଦୁଷ୍କର୍ମ ,ଏଭଳି ୩ଟି ପର୍ଯ୍ୟାୟ ସଂବଳିତ ବିକଳ୍ପ ମଧ୍ୟ ଆସିବ । ତାହା ପୂରଣ କରିସାରିବା ପରେ ଏଭଳି ଫଟୋ , ଭିଡ଼ିଓ ଅପଲୋଡ଼ କରିଥିବା ବା ପାଖରେ ରଖିଥିବା ବ୍ୟକ୍ତିଂକ ନାଁ ,ଠିକଣା ,ମୋବାଇଲ ନମ୍ବର , ୟୁଆରଏଲ ସମ୍ପର୍କିତ କିଛି ତଥ୍ୟ ଦେବା ପାଇଁ କୁହାଯିବ । ଏହାକୁ ପୋର୍ଟାଲ ଗୋପନୀୟ ରଖିଥାଏ । ଏହା ପରେ ଅଭିଯୋଗ ଯେଉଁ ରାଜ୍ୟରେ ହୋଇଥିବ ଅଭିଯୋଗଟି ସେହି ରାଜ୍ୟର ନୋଡ଼ାଲ କେନ୍ଦ୍ରକୁ ପଠାଇ ଦିଆଯିବ । ତାପରେ ଆରମ୍ଭ ହେବ କାର୍ଯ୍ୟାନୁଷ୍ଠାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.