ଯଦି EMI ପୈଠ ନକରିବା ବିକଳ୍ପ ବାଛିବେ, ତେବେ ଦେବାକୁ ପଡିପାରେ ଅତିରିକ୍ତ ଚାର୍ଜ, ଜାଣନ୍ତୁ ଏହାର ଗଣିତ

Published By : Prameya-News7 Bureau | April 02, 2020 IST

ମୁମ୍ବାଇ ୦୨।୦୪: ଆରବିଆଇ  କରୋନା ଭାଇରସ୍‌ ଯୋଗୁଁ ଉପଜିଥିବା ସଙ୍କଟ କାରଣରୁ  ଲକ୍‌ଡାଉନ୍‌ ମଧ୍ୟରେ ଲୋନ ଗ୍ରାହକଙ୍କୁ EMI ଉପରେ ତିନି ମାସର ମହଲତ ଦେଇଛନ୍ତି। ଅନେକ ବ୍ୟାଙ୍କ ମଧ୍ୟ ନିଜ ଗ୍ରାହକଙ୍କୁ ଇଏମଆଇ ପୈଠ କରିବାର ବିକଳ୍ପ ମଧ୍ୟ ଦେଇଛନ୍ତି। ମାତ୍ର ଆପଣ ଜାଣିଛନ୍ତି କି ଇଏମଆଇ ତିନି ମାସ ପୈଠ ନକଲେ ଆପଣଙ୍କୁ କେତେ ଅଧିକ ପେମେଣ୍ଟ କରିବାକୁ ପଡିପାରେ ? ଆସନ୍ତୁ ଜାଣିବା ଏହାର ପୂରା ଗଣିତ।

ବ୍ୟାଙ୍କ ଲୋନଧାରୀଙ୍କୁ କହିଛନ୍ତି ଯେ, ଯଦି ପାଖରେ ଅର୍ଥ ନାହିଁ ତେବେ ଇମଏଆଇ ଆଧାରରେ ଦେଉଥିବା କିସ୍ତି ଘୁଞ୍ଚାଇ ଦିଅନ୍ତୁ। ମାତ୍ର ଏହା ସହିତ ଏହା ମଧ୍ୟ କୁହାଯାଇଛି ଯେ, ଯଦି ଅବଧିର ଶେଷ ଆଡକୁ ରିପେମେଣ୍ଟ ନ କରନ୍ତି ତେବେ ତିନି ମାସର ସୁଧ ମଧ୍ୟ ଦେବାକୁ ପଡିବ। ଯଦି ଏମିତି ହୁଏ ତେବେ ଆପଣଙ୍କୁ ଆଉ କିଛି ଅଧିକ ମାସ କିସ୍ତି ଦେବାକୁ ପଡିପାରେ।

{"id":248005,"sizeSlug":"large"}

ଉଦାହରଣ ସ୍ଵରୂପ, ଆପଣ ଯଦି ଏସବିଆଇରୁ ୩୦  ଲକ୍ଷ ଟଙ୍କାର ଲୋନ୍ ନେଇଛନ୍ତି ଏବଂ ଏହାର ୧୫ ମାସର କିସ୍ତି ବାକି ରହିଛି। ଏହି ହିସାବରେ ସୁଧ ଭାବେ ଅତିରିକ୍ତ ୨.୩୪ ଲକ୍ଷ  ଟଙ୍କା ଦେବାକୁ ପଡୁଛି। ଏହି ଅର୍ଥ ୮ ଇଏମଆଇ ବରାବର ହେଉଛି। ଏହି ପରି ଧରାଯାଉ କେହି ୬ ଲକ୍ଷ ଟଙ୍କାର ଲୋନ୍ ନେଇଛନ୍ତି ଏବଂ ଏହାର ମେଚ୍ୟୁରିଟି ୫୪ ମାସ ରହିଛି। ଏହି ଲୋନ୍ ପାଇଁ ଅତିରିକ୍ତ ସୁଧ ୧୯ ହଜାର ହେଉଛି, ଅର୍ଥାତ ଦେଢ ମାସର ଇଏମଆଇ ସହ ସମାନ। ଏହି କ୍ୟାଲକୁଲେସନ ସୁଧ ଦରରେ କୌଣସି ପରିବର୍ତ୍ତନ ନକରାଯାଇ ପ୍ରସ୍ତୁତ କରାଯାଇଛି। ଏହି ତିନି ମାସ କିସ୍ତି ନଦେଲେ ହୋଇପାରେ ଆପଣଙ୍କୁ ଆଉ କିଛି ଅଧିକ କିସ୍ତି ଦେବାକୁ ପଡିପାରେ।

ଏସବିଆଇ ଗ୍ରାହକଙ୍କୁ ଏହାର ଖାସ୍ ଧ୍ୟାନ ଦେବାକୁ ପଡିବ। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଇଏମଆଇ କଟିବା ଜାରି ରହୁ ତେବେ ଆପଣଙ୍କୁ ଏଥିପାଇଁ ବ୍ୟାଙ୍କକୁ ଜଣାଇବାକୁ ପଡିବ। ଏସବିଆଇର ଏମଡି ସିଏସ ସେଟ୍ଟୀ କହିଛନ୍ତି ଯେ, ମୋଟାରିୟମର ସୁବିଧା ପ୍ରତ୍ୟେକ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି। ଏହା ଗ୍ରାହକଙ୍କ ଉପରେ ନିର୍ଭର କରେ ଯେ, ତାଙ୍କୁ ଇଏମଆଇ ରୋକିବା କେତେ ଜରୁରୀ।

{"id":248007,"sizeSlug":"large"}

ଲୋନର ଦୁଇଟି କିସ୍ତି ନ ଦେଲେ ଆପଣଙ୍କ ଲୋନ୍‌ର ଅବଧି ୬ ରୁ ୧୦ ମାସ ପର୍ଯ୍ୟନ୍ତ ବଢିପାରେ କିମ୍ବା ଇଏଆଇ ଅର୍ଥରେ ୧.୫ ପ୍ରତିଶତ ବୃଦ୍ଧି କରାଯାଇପାରେ। ଇମଏଆଇ ତିନି ମାସ ପୈଠ ନକଲେ ଏମିତି ସ୍ଥିତି ହୋଇପାରେ।

ଏପ୍ରିଲ ଓ ମେରେ ହେବାକୁ ଥିବା ସୁଧକୁ ଜୁନ ମାସରେ ପୈଠ କରିବାକୁ କୁହାଯାଇପାରେ।

ସୁଧକୁ ବାକି ଥିବା  ଲୋନ୍ ସହିତ ଯୋଡା ଯାଉ ଏବଂ ବଳକା ମାସ ପାଇଁ ଇଏମଆଇ ବୃଦ୍ଧି କରାଯାଉ।

ଇଏମଆଇ ସେତିକି ରହୁ ମାତ୍ର ଲୋନର ଅବଧି ବଢାଇ ଦିଆଯାଉ। କେତେ କିସ୍ତି ବଢିବ ଏହା ଲୋନର ଅବଧି ଉପରେ ନିର୍ଭର କରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.