Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||

ଆପଣ ବ୍ୟବହାର କରୁଛନ୍ତି କି ଗୋଲ ଡାଇନିଂ ଟେବୁଲ ତେବେ ସାବଧାନ! ଘରେ ଥିବା ୧୦ଟି ଜିନିଷ ପ୍ରତି ସବୁବେଳେ ଦିଅନ୍ତୁ ଧ୍ୟାନ…

20/09/2019 at 9:07 PM

ଜ୍ୟୋତିଷ ଓ ବାସ୍ତୁଶାସ୍ତ୍ର ଅନୁସାରେ ମନୁଷ୍ୟ ଜୀବନରେ ବାସ୍ତୁର ପ୍ରଭାବ ରହିଛି। ଗୃହରେ ଶାନ୍ତି ବାତାବରଣ ନିମନ୍ତେ ବାସ୍ତୁ ଶାସ୍ତ୍ରର ଆବଶ୍ୟକ ରହିଛି। ଗୃହରେ ଥିବା ଆସବାପତ୍ର କେଉଁ ସ୍ଥାନରେ ରଖିବେ ତାହା ସଂପର୍କରେ ବାସ୍ତୁଶାସ୍ତ୍ର ସୂଚନା ଦେଇଥାଏ। କେଉଁ କେଉଁ ଜିନିଷ ଗୃହର କେଉଁ ସ୍ଥାନରେ ରଖିବେ ଜାଣନ୍ତୁ…

୧- ଘରର ମୁଖ୍ୟ ଦ୍ବାରରେ ଜୋତା-ଚପଲ ରଖିବା ଠିକ୍‌ ନୁହେଁ। କାହିଁକି ନା ଘରର ମୁଖ୍ୟ ଦ୍ବାରରୁ ଶୁଭ ଶକ୍ତି ମିଳିଥାଏ। ଏହି ବାଟ ଦେଇ ଲକ୍ଷ୍ମୀ ଓ ଗଣେଷ ଆଗମନ କରିଥାନ୍ତି। ରୋଷେଇ ଓ ଠାକୁର ଘରର କାନ୍ଥକୁ ଲଗାଇ ଜୋତା- ଚପଲ ରଖିବା ଉଚିତ୍ ନୁହେଁ।

୨- ପରିବାର ସହ ମିଶି ଖାଇବା ଲାଗି ବ୍ୟବହାର କରୁଥିବା ଡାଇନିଙ୍ଗ ଟେବୁଲର ଆକାରର ଆୟତକାର କିମ୍ବା ବର୍ଗାକାର ହେବା ଉଚିତ୍‌। ଗୋଲାକାର କିମ୍ବା ଅଣ୍ଡା ଆକୃତିର ଡାଇନିଂ ଟେବୁଲ ବ୍ୟବହାର କରନ୍ତୁ ନାହିଁ। କାଠ ତିଆରି ହୋଇଥିବା ଡାଇନିଂ ଟେବୁଲକୁ ବ୍ୟବହାର କରନ୍ତୁ।

୩- ଡାଇନିଂ ଟେବୁଲ ଉପରେ ବାଉଁସ ଚାରା ରଖିବା ନିହାତି ଆବଶ୍ୟକ। ଘରର ପୂର୍ବ ଦିଗରେ ଡାଇନିଂ ଟେବୁଲ ରଖିବା ଉଚିତ୍।

୪- ଘରର ମୁଖ୍ୟ ଦ୍ବାରରେ ଘୁଙ୍ଗୁର ବାନ୍ଧିଲେ ଶୁଭ ଶକ୍ତି ମିଳିଥାଏ। ମୁଖ୍ୟ ବାଟରେ ଭଗବାନ ଗଣେଷଙ୍କ ଫଟୋ ଲଗାଇ ଦ୍ବାରା ଶୁଭ ଶକ୍ତି ଗୃହକୁ ପ୍ରବେଶ କରିଥାଏ।

୫- ସେହିପରି ଘରର ଉତ୍ତର ଦିଗ​‌ରେ ଆଶୀର୍ବାଦ ମୁଦ୍ରାରେ ଥିବା ହନୁମାନଙ୍କ ଫଟୋ ଲଗାନ୍ତୁ। ଏହା ଦ୍ବାରା ଘରର ନକାରାତ୍ମକ ଶକ୍ତି ଦୂର ହୋଇଥାଏ।

୬-  ଠାକୁର ଘରେ ଥିବା ଶୁଖିଲା ଫୁଲକୁ ରଖିବା ଉଚିତ ନୁହେଁ। ଘରେ ଥିବା ଚିରା କପଡ଼ା ଓ ଭଙ୍ଗି ଯାଇଥିବା ଅନାବଶ୍ୟକ ଜିନିଷ ଘରର ମୁଖ୍ୟ ଭାଗରେ ରଖନ୍ତୁ ନାହିଁ।

୭- ସେହିପରି ଡ୍ରଇଂ ରୁମର ଦକ୍ଷିଣ-ପଶ୍ଚିମ ଦିଗରେ ସୋଫା ସେଟ ରଖନ୍ତୁ।

୮- ଭାଙ୍ଗି ଯାଇଥିବା ଭଙ୍ଗା ଦର୍ପଣକୁ ଘରେ ରଖିବା ଉଚିତ୍ ନୁହେଁ। ତୁରନ୍ତ ଏହାକୁ ବାହାରେ ଫିଙ୍ଗି ଦିଅନ୍ତୁ।

୯- ଝାଡୁକୁ ସବୁବେଳେ ଘର ଦକ୍ଷିଣ ଦିଗରେ ରଖନ୍ତୁ। ଧ୍ୟାନ ଦେବେ ଯେପରି ଶିଢ଼ି ଘର ତଳେ ଝାଡ଼ୁ ଯେମିତି ନ ରହେ।

୧୦- ଟ୍ରେଜେରିର ମଧ୍ୟ ଭାଗରେ ସବୁବେଳେ ଟଙ୍କା ରଖନ୍ତୁ। ମକଦ୍ଦମା କିମ୍ବା ବିବାଦୀୟ ସମ୍ପତ୍ତିର କାଗଜପତ୍ର ଟ୍ରେଜେରୀରେ ରଖନ୍ତୁ ନାହିଁ।

   Related Posts