Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ବିସ୍‌ ଓପନ୍‌: ୧୯ ମାସ ଓ ୧୩ ଟୁର୍ଣ୍ଣାମେଣ୍ଟ ପରେ ଫାଇନାଲରେ ପହଞ୍ଚିଥିଲେ ସିନ୍ଧୁ, କ୍ୟାରୋଲିନାଙ୍କଠୁ ହାରିଲେ
  • ||
  • ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ, ଗୃହୀତ ହେଲା ରାଜନୈତିକ ଚିଠା ପ୍ରସ୍ତାବ, ପ୍ରସ୍ତୁତ ହେଲା ରଣନୀତି
  • ||
  • ଭାରତ ଓ ଚୀନ୍ କେହି କାହା ଲାଗି ବିପଦ ନୁହେଁ, ପରସ୍ପରର ମିତ୍ର : ୱାଙ୍ଗ ଇ
  • ||
  • ଅନ୍ତର୍ଜାତୀୟ ମହିଳା ଦିବସ: ବର୍ଣ୍ଣାଢ଼୍ୟ ଉତ୍ସବ ‘ୱିମେନ୍ ଆଚିଭର୍ସ୍ ଅଫ୍ ଓଡ଼ିଶା’ରେ ରାଜ୍ୟର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||

WHO ବୈଜ୍ଞନିକଙ୍କ ଦାବି, ଏବେବି ଆସିନି କରୋନା ଭାଇରସର ଦ୍ୱିତୀୟ ଲହର, ହେବ ଭୀଷଣ କ୍ଷୟକ୍ଷତି

16/09/2020 at 5:23 PM

ଲଣ୍ଡନ : ପୃଥିବୀରେ କରୋନା ଭାଇରସ ମହାମାରୀର ଆବିର୍ଭାବକୁ ଆଉ କିଛି ମାସ ପରେ ବର୍ଷେ ପୁରିବ। ଚୀନ୍‌ ଉହାନରୁ ଏହି ଭୂତାଣୁ ସାରା ବିଶ୍ୱକୁ ବ୍ୟାପିଯାଇଛି। ଅନେକ ଦେଶ ଏବେ ସଂକ୍ରମଣ ଥମିଆସିଥିବା ଭାବୁଛନ୍ତି। ହେଲେ ଏହା ସେମାନଙ୍କର ଭୁଲଧାରଣା ବୋଲି କହିଛନ୍ତି ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ସହ ସମ୍ପୃକ୍ତ ବୈଜ୍ଞାନିକ ତଥା ସ୍ୱାସ୍ଥ୍ୟ ବିଶେଷଜ୍ଞ ଡେଭିଡ୍ ନାବ୍ରରୋ। ଏବେ କରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହର ଆସିବା ବାକି ଅଛିବୋଲି ନାବ୍ରରୋ ବ୍ରିଟେନ ସଂସଦର ହାଉସ୍‌ ଅଫ କମନ୍ସରେ କହିଛନ୍ତି।

ହାଉସ୍‌ ଅଫ କମନ୍‌ସର ଫରେନ୍ ଆଫାୟାର୍ସ କମିଟିରେ ନାବ୍ରରୋ କହିଛନ୍ତି ଯେ କୋଭିଡର ପରିଦୃଶ୍ୟ କୌଣସି ସାଇଫାଇ ଫିଲ୍ମଠାରୁ ମଧ୍ୟ ଭୟାନକ।  ଏଣୁ ଭୂତାଣୁ ଯୋଗୁ ଆଗକୁ ଆସୁଥିବା ବିନାଶର ମୁକାବିଲା ଲାଗି ଏବେଠାରୁ ସମସ୍ତଙ୍କୁ ପ୍ରସ୍ତୁତ ହେବା ଜରୁରି । ବିଶେଷ କରି ଏଥିଲାଗି ୟୁରୋପ ସବୁଠୁ ଅଧିକ ସତର୍କ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। କରୋନାର ରଙ୍ଗ ଏବେବି ଦୁନିଆ ଦେଖିନି ଯାହା ବି ଦେଖିଛି ତାହା ପ୍ରଥମ ଲହର ଏହାର ଦ୍ୱିତୀୟ ଲହର କିପରି ହେବ ତାର ଏବେ ଅନୁମାନ କରିବା ମଧ୍ୟ କଠିନ ବୋଲି ନାବ୍ରରୋ କହିଛନ୍ତି।

ପ୍ରଥମ ଲହରରେ ସାରା ବିଶ୍ୱର ଆର୍ଥିକ ସ୍ଥିତି ଦୋହଲିଯାଇଛି। ଫଳରେ ବିଶ୍ୱବ୍ୟାପୀ ମାନ୍ଦାବସ୍ଥା ଦେଖାଦେଇଛି। ବିଭିନ୍ନ ଦେଶରେ ଲୋକେ ବୃତ୍ତି ହରାଇଥିବା ବେଳେ ଗରିବଙ୍କ ସଂଖ୍ୟା ମଧ୍ୟ ଆଶାତୀତ ବଢିଛି। ତେବେ ଏବେ ଯାହାବି ଦେଖୁଛେ ତାହା ଭୂତାଣୁ ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ବୋଲି ସେ କହିଛନ୍ତି। ଏଥିରୁ ଦ୍ୱିତୀୟ ଲହରର ପରିସ୍ଥିତିକୁ ସହଜରେ ଅନୁମାନ କରାଯାଇପାରେ ବୋଲି ସେ କହିଛନ୍ତି।

   Related Posts