Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ମୋଦି, ରାହୁଲ, ଅମିତ ଏବଂ ଅନ୍ୟନେତାଙ୍କ ପାଇଁ କେମିତି ଥିଲା ୨୦୧୮, ଆସନ୍ତା ବର୍ଷ ପାଇଁ କଣ ରହିଛି ଆହ୍ବାନ-ଆସନ୍ତୁ ଜାଣିବା

31/12/2018 at 5:47 PM

ଦିଲ୍ଲୀ ୩୧/୧୨ : ପ୍ରତିବର୍ଷ ଶେଷରେ ଭଲ ହେଉ କିମ୍ବା ଖରାପ ହେଉ ନିଜର ଛାପ ଛାଡି ଯାଇଥାଏ | କିଛି ମିଠା ତ କିଛି ଖଟା | କିଛି ମନେ ରଖିବା ଭଳି ତ କିଛି ଭୁଲିଯିବା ଭଳି ପ୍ରଭାବ ଛାଡି ଯାଇଥାଏ ବର୍ଷର ଶେଷ ଦିନ | ରାଜନୈତିକ ଦୃଷ୍ଟିକୋଣରୁ ୨୦୧୮ ମଧ୍ୟ ବହୁତ ମହତ୍ଵପୁର୍ଣ ରହିଥିଲା | ଚଳିତ ଡିସେମ୍ବର ମାସରେ ରାଜନୈତିକ ଘଟଣାକ୍ରମ ସବୁଠୁ ଅଧିକ ଦେଖିବାକୁ ମିଳିଥିଲା | ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରି କଂଗ୍ରେସ ସରକାର ଗଢ଼ିଥିଲା | ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ବର୍ଷଟି ବେଶ ଭଲଥିଲା କହିଲେ ଚଳେ । ସେହିଭଳି କର୍ଣ୍ମାଟକ ନିର୍ବାଚନ ପରେ ବିଜେପିକୁ ମାତ ଦେଇ ଜେଡିଏସ-କଂଗ୍ରେସ ମିଳିତ ସରକାର ଗଠନ କରିବା ବିଜେପିକୁ ଏକ ବଡ ଝଟକା ଦେଇଥିଲା ।  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ କହିବାକୁ ଗଲେ,  ତାଙ୍କ ଦଳ କର୍ଣ୍ଣାଟକ ସମେତ ଏହି ୩ ରାଜ୍ୟରେ ନିର୍ବାଚନ ହାରିଯାଇଥିଲେ ମଧ୍ୟ ଦେଶରେ ତାଙ୍କର ଲୋକପ୍ରିୟତା କମିଯାଇନାହିଁ | ୩ ରାଜ୍ୟରେ ପରାଜିତ ହେବାପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଗାମୀ ନିର୍ବାଚନ ପାଇଁ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି । ଏଭଳି ସ୍ଥିତିରେ ୨୦୧୯ ନିର୍ବାଚନ ବିଜେପି, କଂଗ୍ରେସ କିମ୍ବା ଅନ୍ୟ କେଉଁ ଦଳ ପାଇଁ ସହଜ ହେବନାହିଁ ବୋଲି ଆଶଙ୍କା କରାଯାଉଛି |ଆସନ୍ତା  ଜାନୁଆରୀ ୧୧ ତାରିଖରୁ ଦିଲ୍ଲୀରୁ ବିଜେପି ୨୦୧୯ ନିର୍ବାଚନର ବିଗୁଲ ବଜାଇବା ପାଇଁ ପ୍ରସ୍ତୁତ ହୋଇସାରିଲାଣି ।

ବିରୋଧୀ ଦଳ ରାଫେଲ ବିବାଦ, କୃଷକ ଋଣ ଛାଡ଼, ଜିଏସଟି ଭଳି ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲା | କିନ୍ତୁ ରାଫେଲ ମାମଲାର ଶୁଣାଣିରେ ସୁପ୍ରିମକୋର୍ଟ ବିରୋଧୀଙ୍କ ମୁହଁ ବନ୍ଦ କରିଦେଇଥିଲେ | ଅପରପକ୍ଷରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅନେକ ଜିନିଷର ଜିଏସଟି  ହ୍ରାସ କରି ସରକାରଙ୍କ ଲୋକପ୍ରୟତା ବଜାୟ ରଖିବାକୁ ଚେଷ୍ଟା କରିଛନ୍ତି |

ଚଳିତ ବର୍ଷ ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କ, ପରକୀୟା ପ୍ରିତି ଏବଂ ସାଵରୀମାଳା ମନ୍ଦିର ସମ୍ପର୍କରେ ଐତିହାସିକ ରାୟ ଶୁଣେଇଥିଲେ | ବର୍ଷ ସାରା ସର୍ବୋଚ୍ଚ ନ୍ୟାୟାଳୟ ଭିନ୍ନ ଭିନ୍ନ ମାମଲାରେ ରାୟ ଦେଇ  ଚର୍ଚ୍ଚାକୁ ଆସିଥିଲେ | ଦେଶର ସର୍ବୋତ୍କୃଷ୍ଟ ଯାଞ୍ଚ ଏଜେନ୍ସି ସିବିଆଇର ନିର୍ଦେଶକ ଏବଂ ବିଶେଷ ନିର୍ଦେଶକଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସଂସ୍ଥାର ଗରିମାକୁ କ୍ଷୂର୍ଣ୍ଣ କରିଥିଲା । ୨୦୧୮ରେ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ସରିଥିଲା । ତାଙ୍କ ସ୍ଥାନରେ ମୁଖ୍ୟ ବିଚାରପତି ହୋଇଥିଲେ ରଂଜନ ଗୋଗୋଇ ।

ବଲିଉଡରୁ ଆରମ୍ଭ କରି ଦେଶର ବିଭିନ୍ନ ନେତା ରାଜନେତା ମି ଠୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ | କେନ୍ଦ୍ରମନ୍ତ୍ରୀ ଏମ.ଜେ.ଆକବରଙ୍କୁ ନିଜ ପଦବୀରୁ ଇସ୍ତଫା ଦେବାକୁ ପଡିଥିଲା | ନାନା ପାଟେକରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କରି ତନୁଶ୍ରୀ ଦତ୍ତା ଏହି ମି ଠୁ ଅଭିଯାନକୁ ଆରମ୍ଭ କରିଥିଲେ ।

ମୋବାଇଲର ଶସ୍ତା ଡାଟା ତଥା ଜିଓର ଅନେକ ଅଫର ଲୋକଙ୍କ ମନ କିଣିଥିବା ଦେଖିବାକୁ ମିଳିଥିଲା | ଗୁଜୁରାଟ ନର୍ମଦା ନଦୀ କୁଳରେ ଲୌହମାନବ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୂନିଟି ସ୍ଥାପନ ଦେଶ ପାଇଁ ଗୌରବ ଆଣିଥିଲା |

ଆସନ୍ତା ବର୍ଷ ପାଇଁ ସବୁଠାରୁ ମହତ୍ଵପୁର୍ଣ ପ୍ରଶ୍ନ ହେଲା ଆସନ୍ତା ବର୍ଷ ଦେଶରେ କିଏ କରିବେ ଶାସନ ?

ବର୍ତ୍ତମାନ ସମୟରେ ସବୁଠାରୁ ଶକ୍ତିଶାଳୀ ଏବଂ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ଛବି ସମସ୍ତଙ୍କୁ ପ୍ରଭାବିତ କରିଛି | ସବୁଠାରୁ ମହତ୍ଵପୁର୍ଣ ହେଲା ଯେଉଁ ସବୁ ଦଳ ପରସ୍ପର ସହ ଛିଡା ହେବା ପାଇଁ ମଧ୍ୟ ପସନ୍ଦ କରୁନଥିଲେ ସେହି ସବୁ ଦଳ ଆଜି ଏକାଠି ମିଶି ମୋଦିଙ୍କ ବିରୋଧରେ ମହାମେଣ୍ଟ ଗଠନ କରିଛନ୍ତି | ବିଭିନ୍ନ ସଂଘର୍ଷର ସମ୍ମୁଖୀନ ହୋଇ ମୋଦି ଯେତିକି କଡା ପରୀକ୍ଷାର ସମ୍ମୁଖୀନ ହେବେ ସେତିକି ଅଧିକ କଡା ପରୀକ୍ଷା ବିରୋଧୀଙ୍କ ପାଇଁ ସୃଷ୍ଟି କରିବ |

୫ ରାଜ୍ୟର ନିର୍ବାଚନ ପରେ ୩ ରାଜ୍ୟରେ କଂଗ୍ରେସର ବିଜୟର ଶ୍ରେୟ ରାହୁଲ ଗାନ୍ଧୀଙ୍କୁ ଦିଆଯାଇଛି | ରାହୁଲ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ପାଦ ସମ୍ଭାଳିବା ପରେ ଦଳରେ ଅନେକ ପରିବର୍ତ୍ତନ କରିଥିଲେ | ଏନେଇ ରାହୁଲ ଗାନ୍ଧୀ ପ୍ରଶ୍ନ ଘେରରେ ମଧ୍ୟ ରହିଥିଲେ | କେତେବେଳେ ମନ୍ଦିର ବୁଲିଲେ ତ କେତେବେଳେ ସିଧାସଳଖ ମୋଦିଙ୍କୁ ଟାର୍ଗେଟ କରିଥିଲେ | ୩ ରାଜ୍ୟରେ କଂଗ୍ରେସଏଅ ବିଜୟ ପରେ ରାହୁଲଙ୍କ ଆତ୍ମା ବିଶ୍ୱାସ ମଧ୍ୟ ବଢିଥିଲା | ୩ ରାଜ୍ୟରେ କଂଗ୍ରେସର ବିଜୟ ପରେ କଂଗ୍ରେସ ଏବଂ ଅଧ୍ୟକ୍ଷ ପଦର ରାଜନୈତିକ ବିଶେଷତ୍ୱ ବଢିଥିଲା | ଆଗକୁ ରାହୁଲ ରାଜନୈତିକ ମଇଦାନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି |

ପିଲା ଦିନୁ ଶତରଂଜ ଖେଳୁଛନ୍ତି ଅମିତ ଶାହ | ବଡ ହେଲା ପରେ ଚାଣକ୍ୟଙ୍କ କୂଟନୀତିକୁ ଅନୁସରଣ କରି ରାଜନୈତିକ ଦକ୍ଷତା ବଢ଼େଇଥିବା ଅମିତା ଶାହଙ୍କ ପାଇଁ ୨୦୧୮ ମସିହା ଚ୍ୟାଲେଞ୍ଜିଙ୍ଗ ଥିଲା | ତେବେ ଅମିତ ଶାହଙ୍କ ରଣନୀତିକୁ ବିରୋଧୀ ଭୟ କରୁଥିଲେ ମଧ୍ୟ ବେଖାତର କରୁଥିବା ଭଳି ଦେଖାଉଥିଲେ ।  ସବୁଠାରୁ ବଡ ପ୍ରଶ୍ନ ହେଲା ବିରୋଧୀଙ୍କ ସହ ଲଢ଼ିବା ପାଇଁ ଅମିତ ଶାହଙ୍କ ପାଖରେ କେଉଁ ଅସ୍ତ୍ର ଅଛି | ବର୍ତ୍ତମାନ ସ୍ଥିତିରେ ମହାମେଣ୍ଟ ଦେଶର ରାଜନୈତିକ ସ୍ଥିତି ଏବଂ ବିଜେପିକୁ ମଧ୍ୟ ଏହା ଗ୍ରହଣ କରିନେବା ଉଚିତ |

ସାଧାରଣତଃ ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟର ରାୟ ସବୁବେଳେ ଐତିହାସିକ ହୋଇଥାଏ | ତେବେ ୨୦୧୮ ମସିହାରେ ସୁପ୍ରିମକୋର୍ଟ ଏମିତି ଅନେକ ଐତିହାସିକ ରାୟ ଦେଇଥିବା ନଜିର ରହିଛି | କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳ ତତ୍କାଳୀନ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଅଭିଯୋଗ କାହିଁକି ଆଣିଥିଲେ ତାହା ସ୍ପଷ୍ଟ ହୋଇପାରିଲାନି | ସୁପ୍ରିମକୋର୍ଟ ଅନେକ ଐତିହାସିକ ରାୟ ଦେଇଥିବାବେଳେ ନିଜ ଉପରେ ଉଠିଥିବା ପ୍ରଶ୍ନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଲେ | ସାଵରୀମାଳା ମନ୍ଦିରକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି ରାୟକୁ କାର୍ଯ୍ୟକାରୀ କରାଯାଇ ପାରିଲାନାହିଁ | 

   Related Posts