Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

Lockdownରେ ପଢନ୍ତୁ ହାଭାର୍ଡରେ ୬୪ଟି କୋର୍ସରେ ଆଡମିସନ ସମ୍ପୂର୍ଣ୍ଣ free

15/04/2020 at 8:29 PM

କରୋନା ଲକଡାଉନ ସାରା ବିଶ୍ୱକୁ ଗୃହବନ୍ଦୀ କରିଦେଇଛି। ଲୋକେ ଘରେ ଖାଲିରେ ସମୟ କାଟୁଛନ୍ତି। ଏଥିରେ ଅନେକଙ୍କ ପାଠପଢା ସଉକ୍ ପ୍ରଭାବିତ ହୋଇଛି। ଯଦି କେହି ନୂଆ ପାଠ ପଢିବା ଲାଗି ଚାହୁଁଛନ୍ତି ବିଶ୍ୱର ଟପ୍ ୟୁନିଭର୍ସିଟିଙ୍କମଧ୍ୟରେ ଗଣା ହେଉଥିବା ହାଭାର୍ଡ ୟୁନିଭର୍ସିଟି ସୁଯୋଗ ସୃଷ୍ଟି କରିଛନ୍ତି। ଅନୁନ୍ୟ ୬୪ଟି ପାଠ୍ୟକ୍ରମରେ ଏବେ ପ୍ରବେଶ ଗ୍ରହଣ କରୁଥିବା ବେଳେ ତାହାବି ସମ୍ପୂର୍ଣ୍ଣ ନିଶୁଳ୍କ ବୋଲି ଜଣାପଡିଛି।

ଯେଉଁ ସବୁ କୋର୍ସ ଲାଗି ହାଭାର୍ଡ ଛାତ୍ରଛାତ୍ରୀ ଗ୍ରହଣ କରିବେ ଏଥି ଲାଗି ସାଧାରଣ ସମୟରେ କୋର୍ସ ଫି ପ୍ରାୟ ୨ରୁ ଅଢେଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତଥାଏ। ତେବେ କରୋନା ଜନିତ ପରିସ୍ଥିତି ଲାଗି ଏହି ସବୁକୋର୍ସରେ ଏବେ ନିଶୁଳ୍କ ଛାତ୍ରଛାତ୍ରୀ ଗ୍ରହଣ କରାଯିବ। ଏହି ସବୁ କୋର୍ସ ଅନ-ଲାଇନରେ ପଢାଯିବ ଓ ଏହାର ଅବଧି ୧୧ରୁ ୧୩ ସପ୍ତାହ ମଧ୍ୟରେ ରହିଛି। ସାଧାରଣତଃ ଏହି ସବୁ କୋର୍ସ ସର୍ଟ ଟର୍ମର ତେବେ ଏଥିଲାଗି ସାରା ବିଶ୍ୱରେ ଛାତ୍ରଛାତ୍ରୀଙ୍କ ଚାଦିହା ରହିଛି।

ଏହି ସବୁ କୋର୍ସରେ ଆଡମିସନ ଲାଗି ସେପରି କୌଣସି ବିଶେଷ ଯୋଗ୍ୟତାର ଆବଶ୍ୟକତା ବି ନାହିଁ। ଏଣୁ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ପ୍ରବେଶ ଲାଗି ନିଜ ଇଛାନୁସାରେ ପାଠ୍ୟକ୍ରମରେ ଯୋଗଦେଇପାରିବେ। ଏଥିରେ କମ୍ପ୍ୟୁଟର କୋର୍ସ ସମେତ, ମାନବିକ, ସୋସିଆଲ ସାଇନ୍ସ, ଡାଟା ସାଇନ୍ସ ଆଦି ୬୪ଟି କୋର୍ସ ରହିଛି। ଏଥିରୁ ଆଗ୍ରହୀ ଛାତ୍ରଛାତ୍ରୀ ଯେ କୌଣସି ବିଷୟରେ ଆଡମିସନ ନେଇ ପାରନ୍ତି, ତାହା ବି ଫ୍ରି।

ଏଥିଲାଗି ଆପଣଙ୍କୁ ହାଭାର୍ଡ ଅଧିକାରୀକ ସାଇଟ୍‌କୁ ଯାଇ ପସନ୍ଦର କୋର୍ସ ମନୋନୟନ କରିବାକୁ ହେବ। ଏହା ପରେ ଫର୍ମ ପୂରଣ କରି ଆଡମିସନ କରିବେ। ଯେଉଁଥିରେ ଆପଣ ନିଜ ନାମ, ଇ-ମେଲ ଆଇଡି, ଦେଶର ନାମ ୟୁଜରନେମ ଓ ପାଶୱାର୍ଡ ଦେଇ ଆକାଉଣ୍ଟ କରିବେ। କର୍ତ୍ତୃପକ୍ଷ ଆପଣଙ୍କ ଆଡମିସନ କନଫର୍ମ କରି ସେମାନେ ଆପଣଙ୍କ ମେଲରେ ଲିଙ୍କ ପଠେଇବେ। ଏଥିରେ ଆପଣଙ୍କୁ ଟେକ୍ସଟ ଓ କୋର୍ସ ସମ୍ପର୍କିତ ସାମଗ୍ରୀ, ଭିଡିଓ ଆଦି ମିଳିବ, ସାଙ୍ଗକୁ ପ୍ରଫେସରଙ୍କ ସହ ଡିସ୍କସନର ସୁଯୋଗ ମଧ୍ୟ ମିଳିବ।

   Related Posts