Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କରୋନା ଆତଙ୍କ: ହାଭାର୍ଡ ଓ ଏମଆଇଟିର ବରିଷ୍ଠ ଅଧିକାରୀଙ୍କୁ ମିଳିବ କମ ଦରମା

20/04/2020 at 10:57 AM

ନ୍ୟୁୟର୍କ, ୨୦|୦୪:  ବିଖ୍ୟାତ ଶିକ୍ଷାନୁଷ୍ଠାନ ହାଭାର୍ଡ ୟୁନିଭର୍ସିଟି ଓ ମସାଚୁସେଟସ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକନୋଲୋଜୀରେ କାର୍ଯ୍ୟ କରୁଥିବା ଅଧ୍ୟାପକ ଓ ଉପରିସ୍ଥ ଅଧିକାରୀଙ୍କ ଦରମାକୁ ହ୍ରାସ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି । କରୋନା ଭାଇରସ ପାଇଁ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ହାଭାର୍ଡ କ୍ରିମସନର ରିପୋର୍ଟ ଅନୁସାରେ, ଶିକ୍ଷାନୁଷ୍ଠାନ ତରଫରୁ ବରିଷ୍ଠ ଅଧିକାରୀଙ୍କ ଦରମାରେ ହ୍ରାସ କରାଯାଇପାରେ । ସେହିପରି ବର୍ଧିତ ଦରମା ଉପରେ ମଧ୍ୟ ରୋକ ଲାଗିଛି ।ବିଶ୍ୱବିଦ୍ୟାଳୟର ସଭାପତି ସରେନ୍ସ ବାକୋ କହିଛନ୍ତି ଯେ, ସେ ଓ କାର୍ଯ୍ୟନିର୍ବାହୀ ଉପସଭାପତି କ୍ୟାଥେରିନ୍ ଲାପ୍ ଓ ପ୍ରୋଭୋଷ୍ଟ୍ ଆଲାନ ଗର୍ବରଙ୍କ ଦରମାରେ ୨୫ ପ୍ରତିଶତ ହ୍ରାସ କରାଯିବ । ସେହିପରି ବରିଷ୍ଠ ଅଧିକାରୀଙ୍କ ଦରମା ମଧ୍ୟ କମ ହୋଇ ଆସିବ । ୧୨ଜଣ ଡିନ୍, ଭାଇସ୍ ପ୍ରୋଭୋଷ୍ଟଙ୍କ ଦରମାରେ ମଧ୍ୟ ହ୍ରାସ କରାଯିବ । ହାଭାର୍ଡ ୟୁନିଭର୍ସିଟିର ମୋଟ ଫଣ୍ଡ ହେଉଛି ୧୩ ହଜାର କୋଟି । ପୂର୍ବ ଆର୍ଥିକ ବର୍ଷରେ ଏଠାରେ ୧.୯ ବିଲିୟନ ଡଲାର ଖର୍ଚ୍ଚ କରାଯାଇଥିଲା । ଯାହା ମୋଟ ଫଣ୍ଡର ଏକ ତୃତୀଆଂଶ ।

ସେହିପରି ଏମଆଇଟି ୟୁନିଭର୍ସିଟିର ସଭାପତି ଏଲ ରାଫେଲ୍ ରେଫ୍ କହିଛନ୍ତି ଯେ, ୨୦୨୧ରେ ଆର୍ଥିକ ସ୍ଥିତି କିପରି ରହିବ ତାହା କହିବା ଅସମ୍ଭବ । କାରଣ କରୋନ ପାଇଁଁ ଅନେ କ୍ଷତି ହୋଇଛି । ତେଣୁ କିଛି କଡା ପଦକ୍ଷେପ ନେବାକୁ ପଡିବ । ଏହାକୁ ନଜରେର ରଖି କର୍ମଚାରୀ ଓ ବରିଷ୍ଠ ଅଧିକାରୀଙ୍କ ଦରମାରେ ହ୍ରାସ କରିବା କଥା ଚିନ୍ତା କରାଯାଉଛି । ମଆଇଟି ଆସନ୍ତା ବର୍ଷ ପାଇଁ ପାଇଁ ମେରିଟ୍ ତାଲିକାକୁ ସସପେଣ୍ଡ କରିଦେଇଛି । ଏହି ତାଲିକାରେ ଥିବା ଛାତ୍ରଙ୍କୁ ଜୁଲାଇ ମାସରେ ପୁରସ୍କୃତ କରାଯାଏ ।

   Related Posts