ଭୂତଙ୍କ ଡରରେ ହୋଟେଲ୍ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ଟିମ୍ ଇଣ୍ଡିଆର ଏହି ଖେଳାଳିମାନେ : ଜାଣନ୍ତୁ କିଏ ଏମାନେ

Published By : Prameya-News7 Bureau | February 15, 2019 IST

ଭୂତଙ୍କ ଅସ୍ତିତ୍ବକୁ ନେଇ ସବୁବେଳେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। କେତେକ ଲୋକ କୁହନ୍ତି ଭୂତପ୍ରେତ କଥା କେବଳ ମୂର୍ଖ ଲୋକେ ବିଶ୍ବାସ କରନ୍ତି। କିନ୍ତୁ ଆଜି ଯେଉଁ ସତ୍ୟ ଘଟଣା ବିଷୟରେ ଆମେ ଜାଣିବା ତାକୁ ପଢ଼ି ଆପଣଙ୍କ ହୋସ୍ ଉଡ଼ିଯିବ। ଏହା କୈାଣସି ମନଗଢ଼ା କାହାଣୀ ନୁହେଁ। ବରଂ ନାମୀଦାମୀ ଲୋକଙ୍କ ସହ ଘଟିଥିବା ସତ୍ୟ ଘଟଣା। ଏହି ନାମୀଦାମୀ ଲୋକମାନେ ହେଉଛନ୍ତି କ୍ରିକେଟ ଜଗତର ତାରକା। ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୈାରଭ ଗାଙ୍ଗୁଲି , ମହେନ୍ଦ୍ର ସିଂହ ଧୋନି ଭଳି ଖେଳାଳି କେତେ ଥର ନିଜ ଆଖପାଖରେ ଭୂତର ଉପସ୍ଥିତି ଅନୁଭବ କରିଛନ୍ତି।

{"id":85387,"width":596,"height":397}

୨୦୦୨ମସିହାରେ କୈାଣସି ଏକ ମ୍ୟାଚ୍ ଚାଲିଥିବାବେଳେ ପୂର୍ବତନ ଭାରତୀୟ ଅଧିନାୟକ ସୈାରଭ ଗାଙ୍ଗୁଲି ଲଣ୍ଡନର ପ୍ରସିଦ୍ଧ ଲୁମଲି ହୋଟେଲରେ ରହିଥିଲେ। ଏପରି କୁହାଯାଏ ଯେ ଏହି ହୋଟେଲରେ ଲେଡି ଲୁମଲିଙ୍କ ଆତ୍ମା ଘୂରି ବୁଲୁଥାଏ। ସୈାରଭ ଗାଙ୍ଗୁଲି ହୋଟେଲର ଯେଉଁ ରୁମରେ ରହିଥିଲେ ହଠାତ୍ ରାତିରେ ତାଙ୍କ ବାଥରୁମର କଳ ଆପେଆପେ ଖୋଲିଯାଉଥିଲା। ସେହି ଶବ୍ଦ ଶୁଣି ଗାଙ୍ଗୁଲି ନିଦରୁ ଉଠି ଦେଖିବାବେଳେ କଳ ଆପେ ଆପେ ବନ୍ଦ ହୋଇଯାଉଥିଲା।

{"id":85388,"width":594,"height":395}

କେବଳ ସେତିକି ନୁହେଁ, ସେହି ଦିନ ରାତିରେ ଗାଙ୍ଗୁ ଲିଙ୍କ ଏପରି କିଛି ମଧ୍ୟ ଘଟିଥିଲା ଯେଉଁଥିପାଇଁ ଗାଙ୍ଗୁଲି ମଧ୍ୟରାତ୍ରିରେ ନିଜ ରୁମ୍ ଛାଡ଼ି ରବିନ୍ ସିଂହଙ୍କ ରୁମକୁ ଚାଲିଯାଇଥିଲେ।

{"id":85389,"width":596,"height":352}

ସେହିପରି ୨୦୦୫ମସିହାରେ ଏକ ମ୍ୟାଚ୍ ଚାଲିଥିବାବେଳେ ଅଷ୍ଟ୍ରେଲିଆର ଖେଳାଳି ସେନ ଓ୍ବାଟସନ୍ ମଧ୍ୟ ଏହି ହୋଟେଲରେ ରହିଥିଲେ। ସେନ ଓ୍ବାଟସନଙ୍କୁ ମଧ୍ୟ ଏହି ହୋଟେଲରେ କାହାର ଉପସ୍ଥିତି ଅନୁଭବ ହୋଇଥିଲା। ଏହି ଘଟଣା ପରେ ସେ ଏତେ ଡରିଯାଇଥିଲେ ଯେ ସେ ତଳେ ବ୍ରେଟ୍ ଲିଙ୍କ ରୁମକୁ ଯାଇ ଶୋଇଥିଲେ।

{"id":85391,"width":593,"height":333}

ଲଣ୍ଡନର ଲଙ୍ଘମ୍ ହୋଟେଲରେ ଭୂତଙ୍କ ଉପଦ୍ରବ ବିଷୟରେ କାହାକୁ ଅଛପା ନାହିଁ। ଲୋକମାନଙ୍କ କହିବା ଅନୁସାରେ ଏହି ହୋଟେଲ୍ ମଧ୍ୟ ହଣ୍ଟେଡ୍ ଅଟେ।

{"id":85392,"width":594,"height":446}

୨୦୧୪ମସିହାରେ  ଇଂଲଣ୍ଡର ଦୃତ ବୋଲର୍ ଷ୍ଟୁଆର୍ଟ ବ୍ରଡ୍ ଏକ ଇଂରାଜୀ ପତ୍ରିକା ଡେଲି ମେଲରେ ସାକ୍ଷାତକାରରେ କହିଥିଲେ ଯେ ଶ୍ରୀଲଙ୍କା ଟେଷ୍ଟ୍ ସମୟରେ ସେ ନିଜ ରୁମ୍ ବଦଳିବାକୁ ବାଧ୍ୟ ହୋଇଥିଲେ। ସେ କହିଥିଲେ ଯେ ତାଙ୍କୁ ହୋଟେଲରେ କାହାର ଉପସ୍ଥିତି ଅନୁଭବ ହୋଇଥିଲା।

{"id":85393,"width":600,"height":315}

ସେହି ହୋଟେଲରେ ଏହା ପ୍ରଥମ ଥର ହୋଇନଥିଲା। କୁହାଯାଏ ମହେନ୍ଦ୍ର ସିଂହ ଧୋନି ମଧ୍ୟ ସେହି ହୋଟେଲରେ ଥିବାବେଳେ ଏପରି କିଛି ଘଟିଥିଲା ଯେଉଁଥିପାଇଁ ସେ ମଧ୍ୟରାତ୍ରିରେ ହୋଟେଲ୍ ଛାଡ଼ିବାକୁ ବାଧ୍ୟ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.