ହଣ୍ଟେଡ୍ ହାଉସ୍ ଚ୍ୟାଲେଞ୍ଜ । ଦୁନିଆର ସବୁଠାରୁ ଭୟଙ୍କର ଘର
28/10/2019 at 11:40 PM

ହଣ୍ଟେଡ୍ ହାଉସ୍ ଚ୍ୟାଲେଞ୍ଜ । ଦୁନିଆର ସବୁଠାରୁ ଭୟଙ୍କର ଘର । ଯାହା ଭିତରେ ୧୦ ଘଣ୍ଟା ରହିବାର ଚ୍ୟାଲେଞ୍ଜ, ରହି ପାରିଲେ ମିଳିବ ୧୪ ଲକ୍ଷ ଟଙ୍କା ।

ଏଥିପାଇଁ ଆପଣଙ୍କୁ ଶାରୀରିକ, ମାନସିକ ଓ ଭାବଗତ ଭାବେ ଦୃଢ ରହିବାକୁ ପଡିବ । ଆଗ୍ରହୀ ଦର୍ଶକଙ୍କୁ ଏଥିପାଇଁ ୪୦ ପୃଷ୍ଠା ବିଶିଷ୍ଟ ଚୁକ୍ତିପତ୍ରରେ ସ୍ବାକ୍ଷର କରିବା ବାଧ୍ୟତାମୂଳକ । ଏଠାକାର ସ୍ଥିତି ଏପରି ଯେ ଭୟଙ୍କର ଶବ୍ଦ ସହିତ ଭୂତ ପ୍ରେତ ଭଳି କଳାକାରମାନଙ୍କ ଭୟଙ୍କର ବେଶ ଓ ହଠାତ ଆବିର୍ଭାବ ଦର୍ଶକଙ୍କୁ ଡରାଇବାକୁ ଯଥେଷ୍ଟ ।

ଆମେରିକାର ସମରଟାଉନ୍ ଟେନେସିରେ ଏଭଳି ଭୂତଘର ଖୋଲିଛନ୍ତି ରସ୍ ମ୍ୟାକ କେମ୍ ମାନୋର । ସେନାବାହିନୀରେ ଦୀର୍ଘ ୨୩ ବର୍ଷର ଅଭିଜ୍ଞତାକୁ ଭିତ୍ତି କରି ଏଭଳି ହଣ୍ଟେଡ୍ ହାଉସ୍ ଖୋଲିବାର ଖିଆଲ ତାଙ୍କ ମୁଣ୍ଡକୁ ଜୁଟିଥିଲା ଖାଲି ସେତିକି ନୁହେଁ ଏହି ହଣ୍ଟେଡ୍ ହାଉସ୍କୁ ଯିବାକୁ ଚାହୁଁଥିବା ଲୋକଙ୍କୁ କମ୍ପାନୀର ୱେବସାଇଟ୍ରେ ଦିଆଇଥିବା କ୍ଷୁଦ୍ର ଚଳଚ୍ଚିତ୍ର ଦେଖିବାକୁ ପରାମର୍ଶ ଦିଆଯାଇଛି । ରସ୍ ମ୍ୟାକ କେମ ସଙ୍କ ଏହି ଚ୍ୟାଲେଞ୍ଜକୁ ଏପର୍ଯ୍ୟନ୍ତ କେହି ଦର୍ଶକ ପୂରଣ କରିବାକୁ ସକ୍ଷମ ହୋଇପାରିନାହାନ୍ତି