Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଭାରତରେ ହଣ୍ଟେଡ୍ ଷ୍ଟେସନ: ୪୨ ବର୍ଷ ଯାଏଁ ରହିନଥିଲା ଗୋଟିଏ ବି ଟ୍ରେନ, ସନ୍ଧ୍ୟା ହେଲେ ରେଳ କର୍ମୀ ବି ରୁହନ୍ତିନି

8/11/2021 at 9:25 PM

କୋଲକାତା ୦୮/୧୧ : ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯାହାକୁ ନେଇ ଦାବି କରାଯାଏ ଯେ ସେଠାରେ ଭୁତ ବାସ କରନ୍ତି। ଭାରତରେ ଏମିତି ଅନେକ ସଡକ, ଦୁର୍ଗ, ଷ୍ଟେସନ, ପୁରୁଣା କୋଠା ଅଛି ଯାହାକୁ ହଣ୍ଟେଡ୍ ଘୋଷିତ କରାଯାଇଛି। ସତ ସାମ୍ନାକୁ ଆସିଲେ ସମସ୍ତେ ଚକିତ ହୋଇଯାଆନ୍ତି। ଭାରତରେ ଏମିତି ଏକ ରେଳ ଷ୍ଟେସନ ଅଛି ଯେଉଁଠିକି ଯିବାକୁ କେବଳ ଯାତ୍ରୀ ନୁହେଁ ବରଂ ପ୍ରଶାସନ ମଧ୍ୟ ଭୟ କରନ୍ତି। ସେଥିପାଇଁ ଏହି ଷ୍ଟେସନରେ ଟ୍ରେନ ମଧ୍ୟ ରହେ ନାହିଁ।

ଆପଣ ବେଗୁନକୋଡୋର ଷ୍ଟେସନ ନାଁ ନିଶ୍ଚୟ ଶୁଣିଥିବେ। ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାରେ ସ୍ଥିତ ଏହି ରେଳ ଷ୍ଟେସନ ଭାରତୀୟ ରେଳବାଇ ରେକର୍ଡରେ ୧୦ ହଣ୍ଟେଡ୍ ଷ୍ଟେସନ ତାଲିକାରେ ସାମିଲ ଅଛି। ୧୯୬୭ ରେ ଷ୍ଟେସନ ମାଷ୍ଟର ଭୁତ ଦେଖିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାପରେ ଏହି ଷ୍ଟେସନକୁ ହଣ୍ଟେଡ ଷ୍ଟେସନ ଭାବେ ନାମିତ କରାଯାଇଥିଲା। ଷ୍ଟେସନ ମାଷ୍ଟର ଅନ୍ଧାର ରାତିରେ ଜଣେ ଧଳା ଶାଢ଼ୀ ପିନ୍ଧା ମହିଳାଙ୍କୁ ରେଳ ଧାରଣାରେ ଚାଲୁଥିବା ଦେଖିଥିଲେ। ଷ୍ଟେସନକୁ ଆସୁଥିବା ଲୋକେ ଏମିତି ଡରିବାକୁ ଲାଗିଲେ ଯେ ଘଟଣାର ୪୨ ବର୍ଷ ଯାଏଁ ଷ୍ଟେସନକୁ ବନ୍ଦ କରିଦିଆଗଲା। ୪୨ ବର୍ଷ ଯାଏଁ ଏଠାରେ ଗୋଟିଏ ହେଲେ ଟ୍ରେନ ରହି ନାହିଁ। ବେଗୁନକୋଡୋ ଷ୍ଟେସନ ଆସିଲେ ଟ୍ରେନର ସ୍ପିଡ୍ ବଢ଼ାଇ ଦିଆଯାଉଥିଲା।

୨୦୦୯ ରେ ମାମଲା ବାନାର୍ଜୀ ଯେତେବେଳେ ରେଳ ମନ୍ତ୍ରୀ ଥିଲେ ସେତେବେଳେ ସେ ପୁଣିଥରେ ଏହି ଷ୍ଟେସନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସନ୍ଧ୍ୟା ୫ଟା ପରେ ଏଠାରେ କୌଣସି ଯାତ୍ରୀ କିମ୍ବା କର୍ମୀ ରୁହନ୍ତି ନାହିଁ। ଧୀରେ ଧୀରେ ଏଠାରେ ଅପରାଧ ବଢ଼ିବାରେ ଲାଗିଲା। ଆଡଭେଞ୍ଚର ପାଇଁ ଆସୁଥିବା ଲୋକଙ୍କୁ ଲୁଟ୍ କରୁଥିବା ଘଟଣା ସାମ୍ନାକୁ ଆସିଲା। କିନ୍ତୁ ପରେ କିଛି ଲୋକେ ଏହାର ସତ ସାମ୍ନାକୁ ଆଣିଥିଲେ।

ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ୱେବସାଇଟର ୨୦୧୭ ଡିସେମ୍ବରର ଏକ ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗ ବିଜ୍ଞାନ ମଞ୍ଚର ୯ ଜଣିଆ ଟିମ ପୋଲିସ ସହ ଏଠାରେ ରହିବା ଯୋଜନା କଲେ। ସେମାନେ ସାଙ୍ଗରେ ଟର୍ଚ୍ଚ, କ୍ୟାମେରା, କମ୍ପାସ ଆଦି ଉପକରଣ ନେଇ ଆସିଥିଲେ। ସେମାନଙ୍କ ଉପକରଣରେ କୌଣସି ପ୍ରକାର ପାରାନର୍ମାଲ ଆକ୍ଟିଭିଟିଜ ରେକର୍ଡ ହୋଇନଥିଲା ବୋଲି ସେମାନେ କହିଥିଲେ। କିନ୍ତୁ ରାତି ପ୍ରାୟ ୨ଟା ବେଳେ ବୁଦା ପଛପଟୁ ଅଜବ ଅଜବ ଆବାଜ ଶୁଣାଯାଇଥିଲା। ସେମାନେ ଟର୍ଚ୍ଚ ନେଇ ଦେଖିଲାବେଳକୁ କିଛି ଲୋକେ ବୁଦା ପଛପଟେ ଲୁଚି ସେମାନଙ୍କୁ ଡ଼ରାଇବାକୁ ଚେଷ୍ଟା କରୁଥିଲେ। ସେମାନେ ତାଙ୍କୁ ଧରିବାକୁ ଚେଷ୍ଟା କଲେ କିନ୍ତୁ ବିଫଳ ହୋଇଥିଲେ। ବର୍ତ୍ତମାନ ଏହି ଅଞ୍ଚଳରେ ସବୁବେଳେ ପୋଲିସ ନିୟୋଜିତ ରୁହନ୍ତି ଏବଂ ଲୋକଙ୍କୁ ସଚେତନ ମଧ୍ୟ କରନ୍ତି।

   Related Posts