ପୁଅ ନା ପିଶାଚ ! ଜନ୍ମକଲା ମା’କୁ ମାରି ହଜାରେ ଖଣ୍ଡ କଲା, ଟିଫିନ୍‌ରେ ପୂରାଇ ନେଇ ନିଜେ ଖାଇଲା, କୁକୁରକୁ ଦେଲା

Published By : Prameya-News7 Bureau | April 22, 2021 IST

ନୂଆଦିଲ୍ଲୀ ୨୨/୪: ମମତା ଭୁଲିଗଲା ପୁଅ। ପୁଅ ତ ନୁହେଁ ପଶୁ କହିଲେ ଅତ୍ୟୁକ୍ତି ହେବ ନାହିଁ। ନିଜ ବୁଢ଼ି ମା’କୁ ହାଣି ହଜାରେ ଖଣ୍ଡ କରିଦେଲା ପୁଅ। ଏହା ପରେ ଏହି ସବୁ ଖଣ୍ଡକୁ ଟିଫିନ୍‌ ବକ୍ସରେ ରଖିଥିଲା। ପରେ ଭୋକ ହେବାରୁ ଖାଇଥିଲା। ଏହା ସହ ନିଜର ପାଳିତ କୁକୁରକୁ ବି ଖୁଆଇଥିଲା ବୋଲି ଅଭିଯୋଗ ହୋଇଛି। ମାମଲାଟି କୋର୍ଟରେ ପହଞ୍ଚିଥିବା ବେଳେ ଯଦି ଯୁବକ ଜଣଙ୍କ ଦୋଷୀ ସାବ୍ୟସ୍ତ ହୁଏ ତେବେ ତାକୁ ୧୫ ବର୍ଷ ଜେଲ୍‌ ହେବାର ସମ୍ଭାବନା ରହିଛି।

ଘଟଣାଟି ସ୍ପେନ୍‌ରେ ହୋଇଥିବା ବେଳେ ‘ଦି ସନ’ରେ ପ୍ରକାଶିତ ଖବର ଅନୁସାରେ ଅଭିଯୁକ୍ତ ୨୮ ବର୍ଷୀୟ ଆଲବର୍ଟୋ ସାଞ୍ଚେଜ୍‌ ଗୋମେଜ୍‌ ନିଜ ୬୮ ବର୍ଷୀୟା ମା’ ମାରିଆଙ୍କୁ ନିର୍ମମ ହତ୍ୟା କରିଛି । ତେବେ ଏହି ମାମଲାରେ ଆଲବର୍ଟୋକୁ ପୋଲିସ ଗିରଫ କରିଥିବା ବେଳେ ମାମଲା ଏବେ କୋର୍ଟରେ । ମୃତକଙ୍କ ଜଣେ ବନ୍ଧୁ ଥାନାରେ ନିଖୋଜ ମାମଲା ଦାଏର କରିବା ପରେ ଘଟଣା ସମ୍ନାକୁ ଆସିଥିଲା। ୨୧ ଫେବୃଆରୀ ୨୦୧୯ରେ ପୋଲିସ ଆଲବର୍ଟୋ ଘରେ ପହଞ୍ଚିଥିଲା।

ସେତେବେଳେ ସେ ପୋଲିସକୁ କହିଥିଲା, ‘ହଁ ମୋ ମା ଏଇଟି ଅଛି, ମରିଯାଇଛି। ମୁଁ ଏବଂ କୁକୁର ତାକୁ ଖଣ୍ଡ ଖଣ୍ଡ କରି ଖାଇଯାଇଛୁ।’ ପୋଲିସ ଅଧିକାରୀ ଫ୍ରିଜ୍‌ରୁ ମାରିଆଙ୍କ ଶରୀରର କିଛି ଅଂଶ ପାଇଥିଲେ। ଅନ୍ୟ ଏକ ରିପୋର୍ଟରୁ ଜଣାପଡ଼ିଛି ମା’ ସହ ଝଗଡ଼ା ହେବା ପରେ ଅଭିଯୁକ୍ତ ପୁଅ ତାଙ୍କ ତଣ୍ଟି ଚିପି ଦେଇଥିଲା। ଏଥିରେ ମାରିଆଙ୍କ ମୃତ୍ୟୁ ହୋଇଥିଲା। ମୃତଦେହକୁ ଗାଏବ କରିବା ଲକ୍ଷ୍ୟରେ ଅଭିଯୁକ୍ତ ନିଆରା ଉପାୟ ପାଞ୍ଚିଥିଲା।

ମୃତଦେହକୁ ଛୁରୀରେ ଖଣ୍ଡ ଖଣ୍ଡ କରିପକାଇଥିଲା ଅଭିଯୁକ୍ତ। ମୃତ ଶରୀରକୁ ଖଣ୍ଡ ଖଣ୍ଡ କରିବା ପରେ ତାହାକୁ ସମୟ ସମୟରେ ଟିଫିନ୍‌ରେ ନେଇ ଖାଉଥିଲା ପିଶାଚ ପୁଅ। ଶରୀରର କିଛି ଖଣ୍ଡକୁ ଫ୍ରିଜ୍‌ ଲୁଚାଇବା ସହ କିଛି ପ୍ଲାଷ୍ଟିକ୍‌ ଥଳିଆରେ ପୂରାଇ ବାହାରେ ଫିଙ୍ଗି ଦେଇଥିଲା ଅଭିଯୁକ୍ତ। ବୁଧବାର କୋର୍ଟରେ ଅଭିଯୁକ୍ତ ସ୍ବିକାର କରିଛି ଯେ, ତା ମାଙ୍କୁ କେହି ମାରିଥିବା ନେଇ ଶବ୍ଦ ଶୁଣିଥିଲା। କିନ୍ତୁ ମାକୁ ମାରିବା ଏବଂ ଖଣ୍ଡ ଖଣ୍ଡ କରିବା ନେଇ କିଛି ମନେ ନାହିଁ। ଏହା ସହ ମାର ମାଂସ ଖାଇଥିବା ନେଇ କିଛି ମନେ ନଥିବା କୋର୍ଟରେ କହିଛି ଅଭିଯୁକ୍ତ ଆଲବର୍ଟୋ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.