ପିଟିପିଟି ହତ୍ୟା କରିଥିବା ଅଭିଯୁକ୍ତ ଗିରଫ...

Published By : Prameya-News7 Bureau | January 31, 2020 IST

ଭଦ୍ରକ୩୧/୧: କ୍ଷେତରେ ଫସଲ ଜଗିଥିବା ବେଳେ ପିଟିପିଟି ହତ୍ୟା କରିଥିବା ଅଭିଯୁକ୍ତ ଗିରଫ । ଜାନୁୟାରୀ ମାସ ୪ ତାରିଖ ରାତିରେ ଭଦ୍ରକ ଜିଲ୍ଲା ଧାମନଗର ଥାନା କାଞ୍ଜିଆପାଳର ପୂର୍ଣ୍ଣଚନ୍ଦ୍ର ପୃଷ୍ଟି ନିଜ କ୍ଷେତରେ ଫସଲ ଜଗିଥିବା ବେଳେ ତାଙ୍କୁ ପିଟିପିଟି ହତ୍ୟା କରିଥିଲା ଅଶୋକ। ତା ପର ଦିନ ସକାଳୁ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ ଦେହ କ୍ଷେତ ନିକଟରେ ଥିବା ପାଣି ଖାଲରୁ ଉଦ୍ଧାର କରାଯାଇଥିଲା। ହତ୍ୟା କରାଯାଇଥିବା ସ୍ଥାନରେ ରକ୍ତ ଛିଟା ପଡ଼ିଥିଲା।

ପୋଲିସର ସନ୍ଧାନୀ କୁକୁର ଆସି ଅଭିଯୁକ୍ତର ଘରେ ପଶିଥିଲା । ସେତେବେଳେ ଅଶୋକ ଫେରାର ହୋଇଯିବାରୁ ପୋଲିସ ଅଶୋକ ରାଉତର ଭାଇ ଅଜୟ ରାଉତକୁ ଅଟକ ରଖିଥିଲା । ଅଶୋକ ରାଉତକୁ ଧମାନଗର ପୋଲିସ ଯାଜପୁର ଜିଲ୍ଲାର ରାମବାଗ ବଜାରରୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.