ମିଠା ଦୋକାନୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ୫ ଜଣଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସ୍‌, ମୁଖ୍ୟ ଅଭିଯୁକ୍ତ ଫେରାର

Published By : Prameya-News7 Bureau | October 09, 2020 IST

ଭୁବନେଶ୍ବର୯/୧୦: ମିଠା ଦୋକାନୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ସଂପୃକ୍ତ ଥିବା ଆଉ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ଦିଲୀପ ବେହେରା, ଦିଲୀପର ବାପା ବାଉରିଆ ବେହେରା , ତାର ସ୍ତ୍ରୀ ଓ ପୁଅ ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କୁ ଆଶ୍ରୟ ଦେଇଥିବା ଦୁଇ ଜଣଙ୍କୁ ପୁରୀରୁ ଗିରଫ କରାଯାଇଛି । ଦିଲୀପର ପୁଅ ରାଜା ଗତକାଲି ଆତ୍ମସମର୍ପଣ କରିଥିଲା। ଏହି ହତ୍ୟାକାଣ୍ତରେ ସଂପୃକ୍ତ ଥିବା ଅନ୍ୟମାନେ ଫେରାର ଅଛନ୍ତି। ମିଳିଥିବା ସୂଚନା ଅନୁସାରେ ଦିଲୁ ନାମକ ବ୍ୟକ୍ତ ହତ୍ୟା କରିବା ପାଇଁ ସୁପାରି ଦେଇଥିଲେ।

ଗିରଫ ୫ ଜଣଙ୍କ ମଧ୍ୟରେ ବଳରାମ ବେହେରା ତାର ପୁଅ ଦିଲିପ ବେହେରା ଓ ଦିଲିପର ସ୍ତ୍ରୀ ସହିତ ଦୁଇ ହତ୍ୟାକାରୀଙ୍କୁ ଫେରାର ହେବାରେ ସହଯୋଗ କରିଥିବା ରଶ୍ମିରଞନ ବାରିକ,  ସତ୍ୟ ରଞ୍ଜନ ବାରିକକୁ ଗିରଫ କରିଛି କମିସନରେଟ ପୋଲିସ। ଏବେ ବି ମୁଖ୍ୟ ଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନି ଲିଙ୍ଗରାଜ ଥାନା ପୋଲିସ।

ସୂଚନା ଥାଉକି ଗତ ୪ ତାରିଖ ଦିନ ଦିପହରେ ରାଜଧାନୀରେ ମିଠା ଦୋକାନୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଥିଲେ ଦୁର୍ବୃତ୍ତ। ଘଟଣାସ୍ଥଳରେ ମିଠା ଦୋକାନୀ ଜମ୍ମୁ ସାହୁଙ୍କ ମୃତ୍ୟୁ ହୋଇଥିଲା। ପୁଣି ବାଇକରେ ବସି ଦୁର୍ବୃତ୍ତ ଫେରାର ହୋଇଯାଇଥିଲା। ଏହି ତମାମ ଘଟଣା ସିସିଟିଭି ଫୁଟେଜରେ ରେକର୍ଡ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.