ମଦ ପିଇବା ହେଲା କାଳ, ସାଙ୍ଗର ଟାଙ୍ଗିଆ ଚୋଟରେ ଗଲା ସାଙ୍ଗର ପ୍ରାଣ

Published By : Prameya-News7 Bureau | September 04, 2020 IST

ଅନୁଗୁଳ ୦୪।୦୯: ମଦ ପିଇବା ହେଲା କାଳ। ସାଙ୍ଗର ଟାଙ୍ଗିଆ ଚୋଟରେ ସାଙ୍ଗର ମୃତ୍ୟୁ। ଅନୁଗୁଳ ଜିଲ୍ଲା ଠାକୁରଗଡ଼ ସୋମନାଥପୁର ଗାଁରେ ଅଭାବନୀୟ ଘଟଣା । ମୃତକ ଜଣଙ୍କ ହେଲେ ଦିଲୀପ ସେଠୀ ।

ସୁଚନା ମୁତାବକ ଦିଲୀପ ସେଠୀ ,  କୁନା ବେହେରା  ରଞ୍ଜନ ବେହେରା ଭୋଜି କରିବା ସହ ଏକାଠି ମଦ ପିଇଥିଲେ । ମଦ ପିଇବା ସମୟରେ କୁନା ଓ ଦିଲୀପଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ କୁନା ରାଗିଯାଇ ସେଠାରେ ଥିବା ଏକ ଟାଙ୍ଗିଆ ଆଣି ଦିଲୀପ ଉପରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ଦିଲୀପଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ଠାକୁରଗଡ଼ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ଦିଲୀପଙ୍କ ବାପା ଦଳଗୋବିନ୍ଦ ସେଠୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ।  ଅଭିଯୁକ୍ତ କୁନାକୁ ପୋଲିସ ଅଟକ ରଖି ପଚାରାଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.