ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | January 15, 2022 IST

ଗଞ୍ଜାମ ୧୫/୦୧: ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅଲାଡ଼ିଗାଁ ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଛି । ମୃତକ ହେଉଛନ୍ତି ଗୋବିନ୍ଦ ବେହେରା । ଗୋବିନ୍ଧଙ୍କୁ ତାଙ୍କର ସମ୍ପର୍କୀୟ ପୁତୁରା ମିଥୁନ ବେହେରା ଏବଂ ତାର ପିତା ସୁବାସ ବେହେରା ଗତ ଜାନୁଆରୀ ୭ ତାରିଖରେ ଗୋବିନ୍ଦଙ୍କୁ ଘରେ ପଶି ଠେଙ୍ଗାରେ ଆକ୍ରମଣ କରିଥିଲେ । ଗୋବିନ୍ଦଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୁଷୋତ୍ତମପୁର ମେଡିକାଲ ଓ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ତେବେ ଘଟଣାକୁ ନେଇ ଗୋବିନ୍ଦଙ୍କ ପରିବାର ପକ୍ଷରୁ ପୁରୁଷୋତ୍ତମପୁର ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଘଟଣା ଦିନ ଉକ୍ତ ଗାଁ କୁ ଯାଇ ପଚରାଉଚରା କରିଥିବା ବେଳେ ଆଜି ଅଭିଯୁକ୍ତଙ୍କୁ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛି । ମିଳିଥିବା ସୂଚନା ଅନୁସାରେ, ଗୋବିନ୍ଦଙ୍କ ସହିତ ତାଙ୍କ ଭାଇର ପରିବାର ଲୋକଙ୍କ ସହ ପୂର୍ବ ଶତ୍ରୁତା ଲାଗିରହିଥିଲା । ଅନେକ ସମୟରେ ଝଗଡା ମଧ୍ୟ ହେଉଥିଲା । କିନ୍ତୁ ଗତ ୭ ତାରିଖରେ ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇପଡିଥିଲେ ଗୋବିନ୍ଦ ବେହେରା । ହସ୍ପିଟାଲରେ ୭ ଦିନ ଧରି ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି । ପଚରାଉଚରା ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ନେଇ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.