Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

୩୦୦ ଟଙ୍କାରେ ମଦ ପିଇଲେ, ତାପରେ ମାରିଦେଲେ : ଅବୈଧ ପ୍ରେମରେ କଣ୍ଟା ହେବାରୁ ହଟେଇ ଦେଲେ

7/01/2021 at 2:20 PM

ବୌଦ୍ଧ,୦୭/୦୧: ଅନୈତିକ ସମ୍ପର୍କ ପାଇଁ ବଳି ପଡିଲା ଜୀବନ ।  ସମ୍ପର୍କରେ ବାଧା ଦେବାରୁ ବୌଦ୍ଧଗଡ଼ ଏନ୍‌ଏସିର ପୂର୍ବତନ କାଉନସିଲରଙ୍କ ସ୍ୱାମୀ ରାଜନପାଲିର ଅଗସ୍ତି ମହାକୁଡ଼ଙ୍କୁ ହତ୍ୟା କରାଯାଇଛି । ଏହି ହତ୍ୟା ଘଟଣାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ । ଏନେଇ  ଏସ୍‌ପି ଭି. ରଘୁନାଥ ରାଓ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଥାନା ଅନ୍ତର୍ଗତ କଣ୍ଟୁଆଣି ଗାଁର ବେଲାରସେନ ମହାକୁଡ(୪୯) , ରାଜନପାଲିର ବନିତା ବିଶି(୩୫)  ସାନବାଗବର ଗାଁର ବିନୋଦ ବେହେରା (୨୫) ।

ଏସପିଙ୍କ କହିବାନୁସାରେ, ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସାନବାଗବରର ବିନୋଦଙ୍କ ସହ ରାଜନପାଲି ବନିତାଙ୍କ ଦୀର୍ଘ ତିନି ବର୍ଷ ହେବ ସମ୍ପର୍କ ରହିଆସିଥିଲେ । ଫଳରେ ସେ ନିର୍ଭୟରେ ମହିଳାଙ୍କ ଘରକୁ ଯାଆସ କରୁଥିଲେ । ଏହାକୁ କିନ୍ତୁ ଅଗସ୍ତି ବିରୋଧ କରୁଥିଲେ । ତେଣୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିଲା । ଏପରିକି ବିନୋଦ ହତ୍ୟା ଧମକ ମଧ୍ୟ ଦେଇଥିଲା । ଅଗସ୍ତି ଗତ ଡିସେମ୍ବର ୩୦ ତାରିଖ ଅପରାହ୍ନରେ ଘରୁ ବାହାରି କଣ୍ଟୁଆଣି ଗାଁର ବେଲାରସେନଙ୍କ ସହିତ ବିଭିନ୍ନ ସ୍ଥାନରେ ବୁଲାବୁଲି କରିଥିଲେ । ସେ ବିନୋଦ ସହିତ ସନ୍ଧ୍ୟାରେ ମିଶି ଦୀର୍ଘ ସମୟ ରହିଥିଲେ । ଏହି ସମୟରେ ବିନୋଦ ଅଗସ୍ତିକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା । ବିନୋଦ ମଦ ପିଇବା ପାଇଁ ଉକ୍ତ ମହିଳାଙ୍କୁ ୫୦୦ ଟଙ୍କା ମାଗିଥିବାବେଳେ ମହିଳା ଜଣକ ୩୦୦ ଟଙ୍କା ଦେଇଥିଲେ । ସେହି ଟଙ୍କାରେ ମଦ କିଣି ଜିଲ୍ଲା ଷ୍ଟାଡିୟମ ନିକଟରେ ଏକ ବିଲ ମଧ୍ୟରେ ଥିବା ବାଲିଗଦା ପାଖକୁ ଯାଇଥିଲେ । ସେଠାରେ ବସି ମଦର ଆସର ଜମିଥିଲା। ଏହି ସମୟରେ ଅଗସ୍ତି ସେଠାକୁ ନ ଯିବା ପାଇଁ ବିନୋଦକୁ କହିଥିବାରୁ ସେମାନଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା । ଏହା ଉଗ୍ର ରୂପ ଧାରଣ କରିଥିଲା । ବିନୋଦ ତଣ୍ଟି ଚିପି ମାରିବା ପରେ ବାଲି ଗଜଦାରେ ଅଗସ୍ତିକୁ ପୋତି ଚାଲିଆସିଥିଲେ । ପରେ ସେହି ମହିଳାଙ୍କ ସହ ମୋବାଇଲରେ କଥା ହୋଇଥିଲେ ।

କିନ୍ତୁ ଅଗସ୍ତି ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ଗତ ୧ ତାରିଖ ବୌଦ୍ଧ ଥାନାରେ ତାଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ । ୩ ତାରିଖରେ ବୌଦ୍ଧ ପୋଲିସ ଜିଲ୍ଲା ଷ୍ଟାଡିୟମ ନିକଟ ଏକ ବିଲରୁ ମୃତଦେହକୁ ଉଦ୍ଧାର କରି ଅଗସ୍ତିଙ୍କ ପରିବାର ଲୋକଙ୍କୁ ଖବର ସୂଚନା ଦେଇତିଲା । ପରିବାର ଲୋକେ ମୃତଦେହ ଚିହ୍ନଟ କରିଥିଲେ । ପୋଲିସ ସେଠାରେ ପଡିଥିବା ମଦ ପାଉଚ୍‌କୁ ନେଇ ତଦନ୍ତ ଆରମ୍ଭ କରିଥିଲା । ପରେ ସବୁ ଘଟଣା ଉପରୁ ପରଦା ଉଠିଥିଲା ।

   Related Posts