Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ମାତ୍ର ୨ ହଜାର ଉଧାର ଟଙ୍କା ପାଇଁ ଗାଁ ଦାଣ୍ଡରେ ପିଟିପିଟି ହତ୍ୟା, ଅଭିଯୁକ୍ତକୁ ଅଟକ ରଖିଲା ପୋଲିସ

16/04/2021 at 5:29 PM

ବ୍ରହ୍ମପୁର  ୧୬।୪: ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ତଥା ବାଲିଛାଇ ଫାଣ୍ଡିର ଏ ବରିଡା ଗାଁରେ ଶୁକ୍ରବାର ସକାଳୁ ସକାଳୁ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି ।  ଏହି ହତ୍ୟାକାଣ୍ଡ ଗାଁର ମୁଖ୍ୟ ସଡକ ତଥା ଜନଗହଳି ଇଲାକାରେ ଘଟିଥିବା ବେଳେ ମାତ୍ର ଦୁଇ ହଜାର ଧାର ଟଙ୍କାକୁ ନେଇ ଘଟିଥିବା ଜଣାପଡିଛି । ତେବେ ମୃତକ ଜଣଙ୍କ ଭାଟପଡା ଗାଁର ଟୁକୁନା ଛଟେଇ ବୋଲି ଜଣାପଡିଥିବା ବେଳେ ଅଭିଯୁକ୍ତକୁ ପୋଲିସ ଧରିବାରେ ମଧ୍ୟ ସକ୍ଷମ ହୋଇଛି । ଏପଟେ ପୋଲିସ ମଧ୍ୟ ଶବକୁ ଜବତ କରି ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି ।

ତେବେ ଯୁବକ ଜଣଙ୍କ କିଭଳି ଗାଁ ଦାଣ୍ଡରେ ଧାରୁଆ ଅସ୍ତ୍ରରେ ଘାତକ ଆକ୍ରମଣ କରୁଛନ୍ତି ତାହାର ଭିଜୁଆଲ୍ ଏବେ ଭାଇରାଲ୍ ହେବାରେ ଲାଗିଛି । ସର୍ବ ସମ୍ମୁଖରେ  ପିଟି ପିଟି ହତ୍ୟା କରିଛି । ଅଞ୍ଚଳବାସୀ ଦେଖି ଚୁପଚାପ୍ ରହିଥିବା ବେଳେ ଜଣେ ମହିଳା ଆକ୍ରମଣକାରୀଙ୍କୁ ପ୍ରତିରୋଧ କରୁଥିବା ଚିତ୍ର ଦେଖିବାକୁ ମିଳିଛି । ତଥାପି ଦୁର୍ବୃତ୍ତ ଜଣଙ୍କ ଭ୍ରୁକ୍ଷେପ ନକରି ଆକ୍ରମଣ କରି ଚାଲିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ବେଳକୁ ଗାଁ ଦାଣ୍ଡ ରକ୍ତ ରଞ୍ଜିତ ହୋଇସାରିଥିଲା ।

   Related Posts