ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ! ଯୁବକଙ୍କ ମୃତଦେହ ଉଦ୍ଧାର, ପାଖରେ ଅଚେତ୍ ଅବସ୍ଥାରେ ପଡିଥିଲେ ମହିଳା

Published By : Prameya-News7 Bureau | August 08, 2020 IST

ଦେବଗଡ ୮।୮: ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ । ବାରକୋଟ ଥାନା ମାଝିଚାକୁଣ୍ଡାପାଳ ଗ୍ରାମରେ ଏଭଳି ହତ୍ୟାକାଣ୍ଡ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଜବତ କରିଥିବାବେଳେ ଗୁରୁତର ମହିଳାଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ।

{"id":311403,"sizeSlug":"large"}

ସୂଚନା ଅନୁଯାୟୀ, ଦେବଗଡ ଜିଲ୍ଲା ବାରକୋଟ ଥାନା ମାଝିଚାକୁଣ୍ଡାପାଳ ଗ୍ରାମର ଶ୍ରଦ୍ଧାକର ମାଝୀଙ୍କ ପୁଅ ନରେଶ ମାଝୀ କେନ୍ଦୁଝର ଜିଲ୍ଲାରେ ଚାକିରି କରନ୍ତି । ଗ୍ରାମରେ ତାଙ୍କ ସ୍ତ୍ରୀ ଓ ପରିବାର ଲୋକେ ରହୁଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ଭାଟସିଂ ଗ୍ରାମର ଧରଣୀ ନାଏକଙ୍କ ପୁଅ ସୁମନ୍ତ ନାଏକ ନରେଶଙ୍କ ସ୍ତ୍ରୀ ରହୁଥିବା କୋଠରୀରେ ପଶିଥିଲେ । ଲକ୍ଷ୍ମୀଙ୍କ ଶାଶୂ ଏହା ଜାଣିପାରି ପରିବାର ସଦସ୍ୟମାନଙ୍କୁ କହିଥିଲେ । ପରେ ନରେଶଙ୍କ ୨ ଭାଇ ଓ ବାପା ଉକ୍ତ କୋଠରୀରେ ଉଭୟଙ୍କୁ ଦେଖିବା ପରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ସହ ଧସ୍ତାଧସ୍ତି ହୋଇଥିଲା ।

{"id":311404,"sizeSlug":"large"}

ତେବେ ଶନିବାର ସକାଳେ ଉକ୍ତ କୋଠରୀ ଖଟ ଉପରେ ସୁମନ୍ତଙ୍କ ମୃତଦେହ ପଡିଥିବାବେଳେ ମହିଳାଙ୍କ ବାମ ହାତର ଶିରା କଟି ଅଚେତ୍ ହୋଇଥିବା ଦେଖିବାକୁ ମିଳିଥିଲା । କୌଣସି ସୂତ୍ରରୁ ସୂଚନା ପାଇ ଗୌଡସୁଗୁଡା ସରପଞ୍ଚ ବାରକୋଟ ଥାନା ପୋଲିସକୁ ସୂଚନା ଦେଇଥିଲେ ।

{"id":311405,"sizeSlug":"large"}

ବାରକୋଟ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅଚେତ୍ ଅବସ୍ଥାରେ ଥିବା ଲକ୍ଷ୍ମୀଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେହିପରି ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.