Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ଭାଉଜ ପ୍ରେମରେ ପ୍ରାଣ ଗଲା, ସାନଭାଇକୁ ତୀରମାରି ଥାନାରେ ପହଞ୍ଚିଲା ବଡଭାଇ

6/06/2020 at 8:37 AM

ତେଲକୋଇ ୦୬।୦୬: ତେଲକୋଇ ଥାନା ଅନ୍ତର୍ଗତ କାଳିଆହତା ଫାଣ୍ଡି ଲକ୍ଷ୍ମୀନାରାୟଣ ପୁର ଢିପା ସାହିରେ ଘଟିଛି ଅଭାବନୀୟ ଘଟଣା । ମହଙ୍ଗା ପଡିଲା ଭାଉଜ ପ୍ରେମ । ବଡଭାଇର ତୀର ମାଡରେ ସାନଭାଇର ମୃତ୍ୟୁ । ଘଟଣାରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ,  ବର୍ଷେ ପୂର୍ବରୁ ସାନଭାଇ ଜିତୁ ମୁଣ୍ଡାର କକା ପୁଅ ବଡଭାଇ ଶଙ୍କର ମୁଣ୍ଡା ସ୍ତ୍ରୀଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଭାଇ ଶଙ୍କର ଏନେଇ ଜାଣି ପାରି ଜିତୁ ମୁଣ୍ଡାକୁ ଏଥିରୁ ଓହରି ଯିବା ପାଇଁ ବାରମ୍ବାର ତାଗିଦ କରିଥିଲା । କିନ୍ତୁ  ବଡଭାଇର କଥାକୁ ଜିତୁ ଗୁରୁତ୍ୱ ଦେଇନଥିଲା । ଗତ ୧୫ ଦିନ ତଳେ ଜିତୁ ମୁଣ୍ଡା ଭାଉଜକୁ ନିଜ ଘରେ ଆଣି ସ୍ତ୍ରୀ ଭାବରେ ରଖିଥିଲା । ଏଥିରେ ଶଙ୍କର ମୁଣ୍ଡା ଉତକ୍ଷିପ୍ତ ହୋଇପଡିଥିଲା । ପ୍ରତିଶୋଧ ନେବା ପାଇଁ ସୁଯୋଗ ଅପେକ୍ଷାରେ ବସିଥିଲା ଶଙ୍କର ।

ଗତକାଲି ଶଙ୍କରର ଭଣଜା ଟ୍ରାକ୍ଟର ଧରି ବିଲକୁ ହଳ କରିବା ପାଇଁ ଯାଇଥିଲା । ସେହି ଟ୍ରାକ୍ଟରରେ ଜିତୁ ଶ୍ରମିକ ଭାବେ କାମ କରି ଆସୁଥିଲା । ଜିତୁ ତା ନିଜ ଜମି ରେ ହଳ କରିବା ପାଇଁ ଟ୍ରାକ୍ଟର ଡ୍ରାଇଭର ପାଖକୁ ଯାଇଥିଲା । ଟ୍ରାକ୍ଟରରେ ତେଲ ସରିଯାଇଥିବାରୁ ଜିତୁ ଜମିରେ ହଳ କରିବା ପାଇଁ ଡ୍ରାଇଭର ମନା କରିବା ପରେ ଦୁଇଜଣ ଟ୍ରାକ୍ଟରରେ ବସି ଘରକୁ ଫେରୁଥିଲେ । ସବୁଦିନ ପରି ଶଙ୍କର ଘର ସାମ୍ନାରେ ଟ୍ରାକ୍ଟର ରଖି ଓହ୍ଲାଇବା ବେଳେ ସୁଯୋଗ ଉଣ୍ଡି ବସିଥିବା ଶଙ୍କର ତୀରବୀଦ୍ଧ କରିଥିଲା । ଘଟଣା ସ୍ଥଳରେ ଜିତୁର ମୃତ୍ୟୁ ଘଟିଥିଲା । ହତ୍ୟାକାରୀ ଭାଇ ଶଙ୍କର କାଳିଆହତା ଫାଣ୍ଡି ରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ଘଟଣାରେ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି ।

   Related Posts