ବୀଭତ୍ସ ହତ୍ୟାକାଣ୍ଡ : ଶୋଇଥିଲା ବଡ଼ ଭାଇ, ଟାଙ୍ଗିଆ ହାଣିଦେଲା ସାନ ଭାଇ

Published By : Prameya-News7 Bureau | August 23, 2020 IST

ପାଲଲହଡ଼ା ୨୩।୦୮: ବୀଭତ୍ସ ହତ୍ୟାକାଣ୍ଡ । ସାନଭାଇ ଟାଙ୍ଗିଆ ଚୋଟରେ ବଡ଼ ଭାଇ ମୃତ । ଅନୁଗୋଳ ଜିଲ୍ଲା ସମଲ ଥାନା ଶିପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

{"id":318766,"sizeSlug":"large"}

ସୂଚନାଯୋଗ୍ୟ ଯେ, ସାମାନ୍ୟ କଥାକୁ କେନ୍ଦ୍ର କରି ସାନଭାଇ ନିରଞ୍ଜନ ବାରିକ ବିଳମ୍ବିତ ରାତିରେ ବଡ଼ଭାଇ ଶୋଇ ଥିବା ଅବସ୍ଥାରେ ତାଙ୍କ ବେକକୁ ଏକ ଟାଙ୍ଗିଆରେ ହାଣି ଦେଇଥିଲେ । ଯାହାଫଳରେ କି ଘଟଣା ସ୍ଥଳରେ ହିଁ ବଡ ଭାଇ ରଞ୍ଜନ ବାରିକଙ୍କ ମୃତ୍ୟୁ ହୋଇଥିଲା । ଅଭିଯୁକ୍ତ ନିରଞ୍ଜନ ସମଲ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ଘଟଣାସ୍ଥଳକୁ ଯାଇ ଶବ ଜବତ କରି ତଦନ୍ତ କରୁଛି ପୋଲିସ । ଆବଶ୍ୟକ ପଡିଲେ ଫରେନସିକ ଟିମ୍‌କୁ ମଧ୍ୟ ଘଟଣାସ୍ଥଳକୁ ଡକାଯିବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.