Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

କୁଲର ପାଇଁ କିଲର ପାଲଟିଲା ପୁଅ ! କାଠ ଫାଳିଆ ମାଡ଼ରେ ବାପା ମୃତ

3/09/2020 at 8:18 AM

ନୂଆପଡା ୦୩।୦୯: ସାମାନ୍ୟ କୁଲର ପାଇଁ ଗଲା ଜୀବନ । ମଦ୍ୟପ ପୁଅର ଉନ୍ମତ କାଣ୍ଡ । ପୁଅର କାଠ ଫାଳିଆ ମାଡରେ ବାପାଙ୍କର ମୃତ୍ୟୁ ହୋଇଛି । ଅଭିଯୁକ୍ତ ପୁଅ ଦିଗାମ୍ବର ଲୋହାରକୁ କାବୁ କରିଛି ଧରମବନ୍ଧା ପୋଲିସ । ମୃତକଙ୍କ ଆମାନାରା ଗାଁର ଭୌରୋ ଲୋହାର ବୋଲି ଜଣାପଡିଛି ।

ସୁଚନାଯୋଗ୍ୟ, ଧରମବନ୍ଧା ଥାନା ଆମାନାରା ଗାଁରେ ନିଜ ପୂରୁଣା ଘରେ ଭୈରୋ ଲୋହାର(୫୫) ନିଜର ଧର୍ମପତ୍ନୀଙ୍କ ସହ ରହୁଥିବା ବେଳେ ପୂଅ ଦିଗାମ୍ବର ଲୋହାର ୫ ପୁଅ ଝିଅ ଓ ତାଙ୍କ ସ୍ତ୍ରୀ ସହ ଅଳ୍ପ ଦୂରରେ ଏକ ଆବାସ ଗୃହରେ ରହି ଆସୁଥିଲେ । ଗତକାଲି ଦିଗାମ୍ବରଙ୍କ ଏୟାର କୁଲର ଖରାପ ହୋଇ ଯାଇଥିବା ବେଳେ ବାପାଙ୍କ ଘରେ ରହିଥିବା କୁଲରକୁ ନିଜ ଘରକୁ ନେଇ ଆସିଥିଲେ । ଯାହାକୁ ନେଇ ବାପା ଭୈରୋ ଓ ପୁଅ ଦିଗାମ୍ବରଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଝଗଡା ବଢି ଯିବା ପରେ ଅମାନିଆ ପୁଅକୁ ତାଗିଦ କରିବା ପାଇଁ ଏକ ଠେଙ୍ଗା ଉଠାଇଥିଲେ । ହେଲେ ସେଥିରେ ଉତକ୍ଷିପ୍ତ ହୋଇ ପାଖରେ ଥିବା ଏକ କାଠ ଫାଳିଆରେ ବାପାକୁ ଆକ୍ରମଣ କରିଥିଲେ ।

କାଠ ଫାଳିଆର ଆକ୍ରମଣରେ ମୁଣ୍ଡରୁ ଅତ୍ୟଧିକ ରକ୍ତସ୍ରାବ ହେବା ପରେ ସେଠାରେ ହିଁ ଭୈରୋଙ୍କର ମୃତ୍ୟୁ  ଘଟିଥିଲା । ଗାଁଲୋକେ ତୁରନ୍ତ ଧରମବନ୍ଧା ଥାନାକୁ ଖବର ଦେଇଥିଲେ । ସ୍ଥାନୀୟ ଥାନା ଅଧିକାରୀ ଦିଲିପ ଲାକ୍ରାଙ୍କ ଏକ ଟିମ୍‌ ଧରି ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ନୂଆପଡା ମୂଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ସେପଟେ ଅଭିଯୁକ୍ତ ପୁଅ ଦିଗାମ୍ବରକୁ ଥାନା ରେ ଅଟକ ରଖାଯାଇଥିବା ସୁଚନା ଦେଇଛନ୍ତି ଧରମବନ୍ଧା ଥାନା ଅଧିକାରୀ ।

   Related Posts