ବାପାକୁ ହତ୍ୟାକରି ଜଙ୍ଗଲରେ ଫିଙ୍ଗିଲା ନୃଶଂସ ପୁଅ, ପୋଲିସର ତଦନ୍ତ ଜାରି

Published By : Prameya-News7 Bureau | July 06, 2020 IST

ମୋହନା ୦୬।୦୭: ପାରିବାରିକ କଳହରୁ କରୁଣ ପରିଣତି । ଗଜପତି ଜିଲ୍ଲା ମୋହନା ଥାନା ପେଜାପାଣି ଗାଁରେ ଘଟିଯାଇଛି ଏହିଭଳି ଏକ ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ବାପାକୁ ହତ୍ୟା କରିଛି ପୁଅ । ମୃତକ ଦୁର୍ମନ ଶବର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚ ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲା ମୋହନା ଥାନା କେଜାପାଣି ଗାଁର ହତ୍ୟା କାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ପାରିବାରିକ କଳହକୁ କେନ୍ଦ୍ର କରି ବାପାକୁ ହତ୍ୟା କରିଛି ପୁଅ । ବାପାକୁ ହତ୍ୟା ପରେ ଗାଁ ପାଖ ଜଙ୍ଗଲରେ ମୃତଦେହ ଫୋପାଡିଲା ପୁଅ । ମୃତକଙ୍କ ନାମ ଦୁର୍ମନ ଶବର ବୋଲି ଜଣାପଡିଛି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ପୋଲିସ ହତ୍ୟାକାରୀ ପୁଅକୁ ଅଟକ ରଖି ପୋଲିସର ପଚରାଉଚରା ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.