ବିଭତ୍ସ ହତ୍ୟାକାଣ୍ଡ : ପାରିବାରିକ କଳହର କରୁଣ ପରିଣତି, ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

Published By : Prameya-News7 Bureau | August 13, 2020 IST

ଜଗତସିଂହପୁର ୧୩।୦୮: ପାରିବାରିକ କଳହର କରୁଣ ପରିଣତି । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ସଦେଇପୁର ଗାଁରେ ଅଘଟଣ । ପାରିବାରିକ କଲହକୁ କେନ୍ଦ୍ର କରି ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ ।

{"id":313741,"width":564,"height":365,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ବିଳମ୍ବିତରାତିରେ ଶୋଇଥିବା ବେଳେ କୁରାଢ଼ୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ସ୍ୱାମୀ ସଦେଇପୁର ଗାଁର ସୁଶାନ୍ତ ସାମଲ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସ୍ତ୍ରୀ ବାଲିକୁଦା ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆବଶ୍ୟକପଡିଲେ ଫରେନସିକ ଟିମ୍‌କୁ ଡକାଯଆଇପାରେ ବୋଲି ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.