ନିଶାଖୋର ପୁଅର ଉନ୍ମତ୍ତ କାଣ୍ଡ, ବାପାଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲା ପୁଅ

Published By : Prameya-News7 Bureau | August 23, 2020 IST

ଦେବଗଡ ୨୩।୦୮:  ଦେବଗଡ ଥାନା ରଙ୍ଗିଆଟିକ୍ରା ଗାଁର ହତ୍ୟାକାଣ୍ଡ ଘଟିଛି । ମଦ୍ୟପ ପୁଅର ଠେଙ୍ଗାମାଡ଼ରେ ବାପାର ମୃତ୍ୟୁ ହୋଇଯାଇଛି । ମୃତ ବ୍ୟକ୍ତିଙ୍କ ନାମ ଗୋବିନ୍ଦ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

{"id":318805,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ସଂଧ୍ୟାରେ ରଙ୍ଗିଆଟିକ୍ରା ଗାଁର ଅମୂଲ୍ୟ ମୁଣ୍ଡା ମଦ୍ୟପାନ କରି ଘରକୁ ଆସିଥିସେ । କୌଣସି କାରଣରୁ ତାଙ୍କ ବାପା ଗୋବିନ୍ଦ ସହ ଗଣ୍ଡଗୋଳ କରିଥିଲା ,  ପରେ ଏକ ଠେଙ୍ଗାରେ ତାଙ୍କ ବାପାକୁ ଆକ୍ରମଣ କରିଥିଲେ । ବାପାଙ୍କୁ ଆକ୍ରମଣ ଦେଖି ଗୋବିନ୍ଦଙ୍କ ସାନ ପୁଅ ଦୁଇ ଆସି ଭାଇକୁ  ବୁଝାସୁଝା କରିଥିଲେ। କିନ୍ତୁ ଭାଇର ବୁଝାସୁଝା ପରେ ବି ଅମୁଲ୍ୟ ମାନିନଥିଲା ।

କିଛି ସମୟ ପରେ ପୁଅ ଅମୂଲ୍ୟ ଏକ ଟାଙ୍ଗିଆ ଧରି ବାପାଙ୍କୁ ଖୋଜିବା ଦେଖି ସାନପୁଅ ବାପା ଗୋବିନ୍ଦଙ୍କୁ ଗାଁର ଥିବା ଲକ୍ଷ୍ମୀ ପୂଜା ମଣ୍ଡପରେ ଲୁଚାଇ ଦେଇଥିଲା । ବିଳମ୍ବିତ ରାତି  ପର୍ଯ୍ୟନ୍ତ ବାପା ଗୋବିନ୍ଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ବେଳେ ସେ ସାନ ପୁଅ ଓ ବୋହୁଙ୍କୁ ଶୋଇବା ପାଇଁ ଘରକୁ ପଠାଇ ଦେଇଥିଲେ । ସକାଳେ ଲକ୍ଷ୍ମୀ ମଣ୍ଡପରେ ଗୋବିନ୍ଦଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ତେବେ ଖବରପାଇ ଦେବଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅ ଅମୂଲ୍ୟ ମୁଣ୍ଡାକୁ ଅଟକ ରଖିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.