ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ, ଝିଆରୀ ଗୁରୁତର

Published By : Prameya-News7 Bureau | August 24, 2020 IST

ଭୁବନ ୨୪।୦୮: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅସୁରବନ୍ଧ ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି । ଦିଅର ଟାଙ୍ଗିଆ ଚୋଟରେ ଭାଉଜର ମୃତ୍ୟୁ ହୋଇଥିବା ବେଳେ  ୫ ବର୍ଷର ଝିଆରୀ ଗୁରୁତର ଆହତ ହୋଇଛି । ଗୁରୁତର ଥିବା ଝିଆରୀ ଅଭିଶା ମଳିକକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ମିଲୀ ମଳିକ ।

{"id":319159,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ସମସ୍ତ ଖାଇସାଇ ଶୋଇଥିବା ସମୟରେ ଭାଉଜଙ୍କୁ ଦିଅର ଆକ୍ରମଣ କରିଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ତେବେ ଆକ୍ରମଣରେ ଭାଉଜଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଝିଆରୀ ଗୁରୁତର ଥିବା ଜଣାପଡିଛି ।  ସେପଟେ ଅଭିଯୁକ୍ତ ଦିଅର ରବିନ୍ଦ୍ର ମଲିକକୁ ଗିରଫ କରିଛି ଭୁବନ ପୋଲିସ । ଏହାସହ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଭୁବନ ଡାକ୍ତରଖାନାକୁ ପଠାଇଛି ।

{"id":319160,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.