Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ହେବନି ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍, ଦର୍ଶକ ନିରାଶ
  • ||
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||

ମାଆକୁ ପିଟି ପିଟି ମାରିଦେଲା ପୁଅ, ୨୯ତାରିଖରୁ ନିଖୋଜ ଥିଲେ ମହିଳା

31/05/2020 at 8:45 AM

ଭଦ୍ରକ ୩୧।୦୫: ପାରିବାରିକ କଳହର କରୁଣ ପରିଣତି । ମାଆକୁ ପିଟି ପିଟି ମାରିଦେଲା ପୁଅ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂସୁରି ଥାନା ଅଞ୍ଚଳରେ । ମାଆ ମାତାଜି ଜେନାକୁ ସାନପୁଅ ନିରଞ୍ଜନ ଜେନା ହତ୍ୟା କରିଥିବା ବାପା ଥାନାରେ ଅଭିଯୋଗ କରିଛନ୍ତି । ନଦୀପଠାରୁ ମାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅଭିଯୁକ୍ତ ନିରଞ୍ଜନକୁ ଭଦ୍ରକ ଧୂସୁରୀ ଥାନାରେ ଅଟକ ରଖିଛି ପୋଲିସ । 

ସୂଚନାଯୋଗ୍ୟ ଯେ, ପୁଅ ନିରଞ୍ଜନ ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । କିଛିଦିନ ପୂର୍ବରୁ ଘରକୁ ଫେରିଥିଲେ । ମାଆ ଓ ସାନପୁଅ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ଲାଗି ରହିଥିଲା । ପୁଅ ଏକ ଲୁଗା କାନୀରେ ମାର ବେକ ଚିପିବା ସହ ବାଡ଼ିରେ ମାର ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲା । ମାଆ ମାତାଜି ଗତ ୨୯ ତାରିଖରୁ ନିଖୋଜ ଥିଲେ । ମୃତଦେହକୁ ନଈକୂଳରେ ରକ୍ତାକ୍ତ ଅବସ୍ଥାରେ ଛାଡି ଚାଲିଯାଇଥିଲା । ଏ ନେଇ ନିରଞ୍ଜନଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସାନ ପୁଅ ଓ ବୋହୂ ତାଙ୍କ ସ୍ତ୍ରୀକୁ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ନିରଞ୍ଜନକୁ ଅଟକ ରଖିଛି ।

   Related Posts