କଲେଜ ଛାତ୍ରୀଙ୍କୁ ଘରେ ପଶି ଛୁରାମାଡ଼, କାରଣ ଅସ୍ପଷ୍ଟ

Published By : Prameya-News7 Bureau | July 02, 2020 IST

ଆନନ୍ଦପୁର ୦୨।୦୭: କେନ୍ଦୁଝର ଜିଲ୍ଲା ମହୁଲଡୁହା ଥାନା ଧାତିକିଡିଆ ଗାଁ ହତ୍ୟାକାଣ୍ଡ ଘଟିଛି । ଗାଁରେ ଘର ଭିତରେ ପଶି ଜଣେ କଲେଜ ପଢୁଆ ଝିଅ କୁ ହାଣି ହତ୍ୟା କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚିନାହିଁ ।

ସୂଚନାଯୋଗ୍ୟ ଯେ, ଘରେ କେହି ନଥିବାର ସୂଯୋଗ ନେଇ ଏହି ହତ୍ୟାକାଣ୍ଡ ଘଟାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାଣ୍ଡର କୌଣସି ସଠିକ୍ କାରଣ ଜଣାପଡିବ ନାହିଁ । ଆଜି ଗାଁ ସୁନିଲ ସିଙ୍କୁ ନିଜ ସ୍ତ୍ରୀ ଜେମାମଣି ସହ ଖରା ବେଳେ ଗାଁ ନିକଟସ୍ଥ ସାତକୋଶିଆ ହାଟକୁ ଯାଇଥିଲେ । ଘରେ ଏକାକୀ ରହିଥିଲା କଲେଜରେ +୨ ପଢୁଆ ଝିଅ ସୁନୟନା । ଉଭୟ ସ୍ବାମୀ ଓ ସ୍ତ୍ରୀ ହାଟସାରି ଫେରିବା ବେଳେ ଝିଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିଲା । ସଙ୍ଗେ ସଙ୍ଗେ ତାକୁ ପରିବାର ଲୋକେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ଖବର ପାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ମହୁଲଡିହା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.