ସମ୍ପତ୍ତି ପାଇଁ ପାଲଟିଗଲା ରାକ୍ଷସ, ୨୦ ବର୍ଷରେ ପରିବାରର ୫ ଜଣଙ୍କୁ ହତ୍ୟା

Published By : Prameya-News7 Bureau | September 24, 2021 IST

ଲକ୍ଷ୍ନୌ, ୨୪।୦୯ :  ଭୟଙ୍କର ହତ୍ୟାକାଣ୍ଡ । ସମ୍ପତ୍ତି ହାତେଇବାକୁ ୨୦ ବର୍ଷରେ ପରିବାରର ୫ ଜଣଙ୍କୁ ହତ୍ୟା । ଜଘନ୍ୟ କାଣ୍ଡ ଭିଆଇଥିବା ଦୁର୍ଦ୍ଦାନ୍ତ ଅପରାଧିକୁ ଶେଷରେ ଧରିଛି ପୋଲିସ । ୪ଟି ହତ୍ୟା କରି ଖସି ଯାଉଥିବା ଅପରାଧି ଲିଲୁ ତ୍ୟାଗୀ ପଞ୍ଚମ ହତ୍ୟାକାଣ୍ଡ ପରେ ଧରା ପଡିଯାଇଛି । ଜେରା ବେଳେ ସେ ସବୁ କଥା ମାନିଯାଇଛି ।

ସୂଚନାନୁସାରେ, ଉତ୍ତର ପ୍ରଦେଶର ମୁରାଦନଗର ବସନ୍ତପୁରର ବ୍ରିଜେଶ ତ୍ୟାଗୀଙ୍କ ପୁଅ ରେସୁ ତ୍ୟାଗୀ ଗତ ଅଗଷ୍ଟ ୮ ତାରିଖରେ ନିଖୋଜ ହୋଇଯାଇଥିଲେ । ଏନେଇ ୧୫ ତାରିଖରେ ଥାନାରେ ମାମଲା ରୁଜୁ ହୋଇଥିଲା । କିନ୍ତୁ କୌଣସି ପତ୍ତା ମିଳିନଥିଲା । ତଦନ୍ତ କରି ପୋଲିସ ରେସୁଙ୍କୁ ହତ୍ୟା କରାଯାଇଥିବା ଅଶଙ୍କା  କରିଥିଲା । ପରେ ପୋଲିସ ରେସୁଙ୍କ ଦାଦା ଲିଲୁ ଓ ସହଯୋଗୀ ସୁରେନ୍ଦ୍ର ତ୍ୟାଗୀଙ୍କୁ ଗିରଫ କରାଯାଇଥିଲା ।

ଲିଲୁକୁ ଜେରା ପରେ ପୋଲିସ ଆହୁରି ଅନେକ ଚକିତ କଲା ଭଳି ତଥ୍ୟ ପାଇଥିଲା । ସେ କହିଥିଲା ଯେ, ପୂର୍ବରୁ ୪ ଜଣଙ୍କୁ ହତ୍ୟା କରିସାରିଛି । ସୂଚନାନୁସାରେ, ଲିଲୁର ୩ ଜଣ ଭାଇ ଥିଲେ । ସମସ୍ତଙ୍କ ନାଁରେ ଜମି ଥିଲା । ଜମି ହାତେଇବା ପାଇଁ ଲିଲୁ ବଡ ଭାଇ ସୁଧୀରକୁ ୨୦ ବର୍ଷ ପୂର୍ବେ ୧ ଲକ୍ଷ ଟଙ୍କା ସୁପାରୀ ଦେଇ ମାରିଦେଇଥିଲା । ପରେ  ସୁଧୀରର ଝିଅ ପାୟଲକୁ ବିଷ ଦେଇ, ୩ ବର୍ଷ ପରେ ତା ବଡ ଭଉଣୀକୁ ହତ୍ୟା କରି ହିଣ୍ଡନ ନଦୀରେ ଭସାଇ ଦେଇଥିଲା । ଏପରି ଭାବେ ଲିଲୁ ସୁଧୀରର ସମସ୍ତ ସମ୍ପତ୍ତି ହାତେଇ ନେଇଥିଲା ।

ଏହାପରେ ଲିଲୁ ଦ୍ୱିତୀୟ ଭାଇ ବ୍ରିଜେଶ ତ୍ୟାଗୀର ପରିବାରକୁ ଟାର୍ଗେଟ୍ କରିଥିଲା । ୮ ବର୍ଷ ତଳେ ସେ ବ୍ରିଜେଶର ବଡ ପୁଅ ନୀଶୁକୁ ହତ୍ୟା କରି ମୃତଦେହକୁ ନଦୀରେ ଫିଙ୍ଗି ଦେଇତିଲା । ଶେଷରେ ସେ ଗତ ଅଗଷ୍ଟ ୮ ତାରିଖରେ ବ୍ରିଜେଶଙ୍କ ସାନ ପୁଅ ରିଶୁକୁ ତଣ୍ଟି ଚିପି ହତ୍ୟା କରିଥିଲା । ୨ ପୁତୁରାଙ୍କୁ ହତ୍ୟା କରିବା ପରେ ଲିଲୁ ବ୍ରିଜେଶ ଓ ତା ପତ୍ନୀଙ୍କୁ ଟାର୍ଗେଟ୍ କରିଥିଲା । କିନ୍ତୁ ଲିଲୁ ଧରା ପଡିଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.