Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସାମାନ୍ୟ ଝଗଡାରୁ ସାଙ୍ଗକୁ ମାରିଦେଲେ ! ବେଳାଭୂମିରୁ ମିଳିଲା ମୃତଦେହ

7/09/2021 at 8:14 AM

ପୁରୀ ୦୭/୦୯: ସାଙ୍ଗକୁ ମାରିଦେଲେ । ପୁରୀରେ ଜଣେ ନାବାଳକକୁ ହତ୍ୟା କରାଯାଇଛି । ହତ୍ୟା ପରେ ବେଳାଭୂମିରେ ମୃତଦେହ ଫିଙ୍ଗି ହତ୍ୟାକାରୀ ଫେରାର୍‌ ହୋଇ ଯାଇଛନ୍ତି । ମୃତ ନାବାଳକ ହେଲେ ବଳିଆପଣ୍ଡା ବସ୍ତିର ଦୀନବନ୍ଧୁ ସାହୁଙ୍କ ପୁଅ ଶୁଭମ୍‌ ସାହୁ (୧୬) । ମୃତଦେହ ମିଳିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି ।

ଅଭିଯୋଗ ଅନୁସାରେ, ରବିବାର ସକାଳୁ ଶୁଭମ୍‌ ଘରୁ କେଉଁଆଡେ ନିଖୋଜ ହୋଇ ଯାଇଥିଲା । ବହୁ ଖୋଜାଖୋଜି କରିବା ପରେ ଶୁଭମ୍‌ର ପତ୍ତା ନମିଳିବାରୁ ବାପା ଦୀନବନ୍ଧୁ ଏନେଇ ସନ୍ଧ୍ୟାରେ ବଳିଆପଣ୍ଡା ଥାନାରେ ଅପହରଣ ଅଭିଯୋଗ କରିଥିଲେ । ପୁଲିସ ଏହି ଅଭିଯୋଗକୁ ଭିତ୍ତି କରି ଦଫା ୩୬୩ ବଳରେ ଅପହରଣ ମାମଲା ରୁଜୁ କରିଥିଲା । କିନ୍ତୁ ସୋମବାର ଭୋର୍‌ରେ ଶୁଭମ୍‌ର ବସ୍ତ୍ରହୀନ ନିସ୍ତେଜ ଶରୀର ହୋଟେଲ୍‌ ଶୁଭ୍‌ ପ୍ୟାଲେସ୍‌ ସମ୍ମୁଖ ବେଳାଭୂମିରେ ପଡ଼ିଥିବା କିଛି ମତ୍ସ୍ୟଜୀବୀ ଦେଖିଥିଲେ । ଖବର ପ୍ରଚାରିତ ହେବା ପରେ ପରିବାର ଲୋକେ ପହଞ୍ଚି ଶୁଭମ୍‌କୁ ସଦର ମୁଖ୍ୟ ଚିକିତ୍ସାଳୟ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।

ଏହାପରେ ପୁଅକୁ କେହି ହତ୍ୟା କରି ବେଳାଭୂମିରେ ଫିଙ୍ଗିଥିବା ନେଇ ଦୀନବନ୍ଧୁ ଅଭିଯୋଗ କରିଥିଲେ । କିଛି ସାଙ୍ଗଙ୍କ ସହ ଶୁଭମ୍‌ର ଝଗଡ଼ା ହୋଇଥିବା କାରଣକୁ କେନ୍ଦ୍ର କରି ତାକୁ ହତ୍ୟା କରାଯାଇଥିବା ସେ ଏତଲା ଦେଇଥିଲେ । ତେଣୁ ହତ୍ୟା ମାମଲାକୁ ଟର୍ଣ୍ଣ କରିଥିଲା ଅପହରଣ ମାମଲା । ଦଫା ୩୦୨ ଓ ୩୪ ଆଇପିସି ବଳରେ ହତ୍ୟା ମାମଲା (୧୪୫/୨୧) ରୁଜୁ କରି ଛାନ୍‌ଭିନ୍‌ ଆରମ୍ଭ କରିଥିବା କହିଛନ୍ତି ଆଇଆଇସି କୁଳମଣି ସେଠୀ । ଶୁଭମ୍‌ କମ୍ପ୍ୟୁଟର୍‌ ଶିକ୍ଷା ଗ୍ରହଣ କରୁଥିଲେ ବୋଲି ପୁଲିସ କହିଛି ।

   Related Posts