ଡବଲ୍ ମର୍ଡର : ସାନଭାଇର ଟାଙ୍ଗିଆ ଚୋଟରେ ବଡ ଭାଇ ଓ ପୁତୁରା ମୃତ, ଭାଉଜ ଗୁରୁତର

Published By : Prameya-News7 Bureau | August 11, 2020 IST

କୁଚିଣ୍ଡା ୧୧।୮: ସମ୍ବଲପୁର କୁଚିଣ୍ଡାରେ ଡବଲ୍ ମର୍ଡର । ସାନଭାଇର ଟାଙ୍ଗିଆ ଚୋଟରେ ବଡ ଭାଇ ଓ ପୁତୁରା ମୃତ । ଭାଉଜ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ତାଲଡିହି କିସାନପଡାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସାନଭାଇର ଟାଙ୍ଗିଆ ଚୋଟରେ ବଡ ଭାଇ ଓ ପୁତୁରାଙ୍କ ମୃତ୍ୟୁ ହୋଇଛି । ଭାଉଜଙ୍କ ଅବସ୍ଥା ଗୁରୁତର ରହିଛି । ହତ୍ୟା କରିବା ପରେ ନିକଟରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରର ପାଇଖାନା ଟାଙ୍କିରେ ସମସ୍ତଙ୍କୁ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ ।

ଘଟଣା ସଂପର୍କରେ ଜାଣିବା ପରେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ମୃତଦେହ ଉଦ୍ଧାର କରିବା ସହ ଗୁରୁତର ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଇଛି । ଗୋବିନ୍ଦପୁର ପୋଲିସ ଅଭିଯୁକ୍ତ ଭାଇକୁ ଅଟକ ରଖିଛି । ଘଟଣାର ଅଧିକ ତଦନ୍ତ ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.