ହତ୍ୟା କରି ଗଛରେ ଟାଙ୍ଗିଦେଲେ ! ସନ୍ଧ୍ୟାରେ ସାଙ୍ଗ ହୋଇ ମଦ ପିଇଲା ପରେ ଏମିତି ଘଟିଲା କ'ଣ ?

Published By : Prameya-News7 Bureau | June 20, 2021 IST

କଣ୍ଟାବାଞ୍ଜି, ୨୦/୦୬: ହତ୍ୟା କରି ଗଛରେ ଟାଙ୍ଗିଦେଲେ । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଜାମକୀ ଗାଁରେ ।

ସୂଚନା ଅନୁସାରେ, ଗାଁର ନୂଆପଡାର ଦଶରଥ ପୁଟେଲଙ୍କୁ ସେହି ଗାଁର ଖଇରାପଡାର ଦୁଇ ବାପ ପୁଅ ମିଶି ହତ୍ୟା କରିଥିବା ଅଭିଯୋଗ ହେଉଛି ।  ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନାହିଁ । ମୃତକ ଦଶରଥ ପୁଟେଲଙ୍କ ପରିବାରଙ୍କ ଅଭିଯୋଗ ଅନୁସାରେ, ଶନିବାର ଅପରାହ୍ନ ସମୟରେ ଦଶରଥ ପୁଟେଲ ଏବଂ ଆତ୍ମାଶୀତକ ମାଝୀ ଗାଁରେ ବୁଲାବୁଲି କରିଥିଲେ । ଦୁଇ ଜଣ ସାଙ୍ଗ ହୋଇ ମଦ ପିଇ ଥିଲେ ।

ତେବେ ଆତ୍ମାଶୀତକଙ୍କ  ପୁଅ ବାହାରେ ରହୁଥିବା ବେଳେ ସେ ଗାଁକୁ ଆସିବା ପରେ  ସନ୍ଧ୍ୟା ସମୟରେ ଆତ୍ମାଶୀତକ ଏବଂ ତାଙ୍କ ପୁଅ ପୂରଣ ମାଝୀ କୌଣସି କଥାକୁ ନେଇ ଦଶରଥଙ୍କୁ ମାଡ଼ ମାରିଥିଲେ । ରାତିରେ ଦଶରଥ ଘରକୁ ଆସିନଥିବା ବେଳେ ରବିବାର ସକାଳେ ସମୟରେ ତାଙ୍କ ମୃତଦେହ ଆତ୍ମାଶୀତକ ମାଝୀଙ୍କ ଘର ସମ୍ମୁଖରେ ଥିବା ଏକ ଗଛରେ  ଝୁଲୁଥିବା ଦେଖିବାକୁ ମିଳିଛି । ତେବେ ଆତ୍ମାଶୀତକ ଏବଂ ତାଙ୍କ ପୁଅ ପୂରଣ ଦଶରଥଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ମୃତ ଦଶରଥଙ୍କ ପୁଅ ଅଭିଯୋଗ କରିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.