ଝିଅକୁ ହତ୍ୟା କରି ବାପାର ଆତ୍ମହତ୍ୟା, ସ୍ତ୍ରୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | July 03, 2021 IST

ଜଗତସିଂହପୁର, ୦୩|୦୭:  ଝିଅକୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲା ବାପା । ଏପରିକି ସ୍ତ୍ରୀକୁ ମଧ୍ୟ ଆକ୍ରମଣ କରିଥିଲା । କିନ୍ତୁ ଅଳ୍ପକେ ବର୍ତ୍ତିଯାଇଥିଲା ସ୍ତ୍ରୀ । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ।

ସୂଚନାନୁସାରେ, ସଦର ଥାନା ଅନ୍ତର୍ଗତ ଜୋତ ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ଶନିବାର ସକାଳେ ଲୋକନାଥ ପାଳ ନାମକ ଜଣେ ବ୍ୟକ୍ତି ପ୍ରଥମେ ତାଙ୍କ ପତ୍ନୀ ଓ ଝିଅକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାପରେ ସେ ନିଜେ ମଧ୍ୟ ଆତ୍ମହତ୍ୟା କରି ଜୀବନ ହାରିଥିଲେ ।ତେବେ ଏହି ଆକ୍ରମଣରେ ସ୍ତ୍ରୀ ଗୁରୁତର ଥିବା ବେଳେ ଝିଅର ମୃତ୍ୟୁ ଘଟିଛି ।

ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଲୋକନାଥଙ୍କ ସ୍ତ୍ରୀଙ୍କୁ କଟକ ମେଡିକାଲରେ ଭର୍ତ୍ତି କରିଛନ୍ତି । କଣ ପାଇଁ ଲୋକନାଥ ଏପରି କଲେ ତାହା ସ୍ପଷ୍ଟ ହୋଇନାହିଁ ।  ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.