ଦେଢ ମାସ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ଅଭିଯୁକ୍ତ ଗିରଫ : ଟଙ୍କା କାରବାରକୁ ନେଇ ପଥରରେ ଛେଚି ଛେଚି କରିଥିଲେ ହତ୍ୟା
20/01/2021 at 3:34 PM

ସମ୍ବଲପୁର ୨୦।୧: ସମ୍ବଲପୁର ସୁନାପାଲି ଅଞ୍ଚଳରେ ଗତ ଡିସେମ୍ବର ୬ ତାରିଖରେ ହୋଇଥିବା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ସମ୍ବଲପୁର ପୋଲିସ । ଦେଢ ମାସ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ଧନୁପାଲି ପୋଲିସ ।
ଗତ ଡିସେମ୍ବର ୬ ତାରିଖରେ ଖେତିପଡାର ମହମ୍ମଦ ଅଫତାଫକୁ ହତ୍ୟା କରି ଏକ ପୋଖରୀ ନିକଟରେ ଫୋପାଡି ଦେଇ ପଳାଇଥିଲେ । ତେବେ ଦୀର୍ଘ ଦେଢ ମାସ ପରେ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ସମ୍ବଲପୁର ଏସପି ସାମ୍ବାଦିକ ସମ୍ମିଳନୀରେ ଏହାର ଖୁଲାସା କରିଛନ୍ତି । ଟଙ୍କା ପଇସା କାରବାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା । ଘଟଣା ଦିନ ଅଭିଯୁକ୍ତ ଅଜୟ ମୁଣ୍ଡା ଓ ରାକେଶ ଖମାରି ଇଟାରେ ଅଫତାବଙ୍କ ମୁଣ୍ଡ ଏବଂ ମୁହଁକୁ ଛେଚି ଛେଚି ହତ୍ୟା କରିଥିବା ଏସପି ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ୪ଟି ଟିମ୍ ଗଠନ କରିଥିଲା ।
Related Posts
ଦାଦନ ଖଟିବାକୁ ଯାଇଥିଲେ ୨ ଶ୍ରମିକ, ଘରକୁ ଫେରିଲା ମୃତଦେହ…
28 February 2021
ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
28 February 2021
ବୁର୍ଲା ଭିସୁଟ୍ ସଟଡାଉନ୍, କଣ୍ଟେନମେଣ୍ଟ ଜୋନ୍ ଘୋଷିତ ହେଲା ହଷ୍ଟେଲ୍
28 February 2021