Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ହତ୍ୟାକାଣ୍ଡର ପର୍ଦ୍ଦାଫାଶ : ସାମାନ୍ୟ ବଚସାକୁ ନେଇ ତଣ୍ଟିଚିପି କରିଥିଲା ହତ୍ୟା, ଅଭିଯୁକ୍ତ ଗିରଫ

14/10/2020 at 10:14 AM

ମୁନିଗୁଡା ୧୪।୧୦: ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କୁଟ୍ରୁପାଲି ଗାଁ ନିକଟ ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଗତ ୧୧ ତାରିଖ ଦିନ କୁଟ୍ରୁପାଲି-ଗଜାକୁପୁଲି ରାସ୍ତା କଡରେ ଏକ ମୃତଦେହ ପଡ଼ିଥିବା କିଛି ଲୋକ ଦେଖି ଥାନାକୁ ଖବର ଦେଇଥିଲେ । ପରେ ଜଣାପଡ଼ିଥିଲା ଯେ ସେହି ମୃତଦେହଟି ଗଜାକୁପୁଲି ଗାଁର ବିଜୟ ପାତ୍ରଙ୍କର।  

ମୁନିଗୁଡ଼ା ଏସଡିପିଓଙ୍କ ନେତୃତ୍ବରେ ପୋଲିସ, ସାଇଣ୍ଟିଫ ଟିମ୍ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ଓ ଅମ୍ବାଦଳା ଥାନା କେଶ ନମ୍ବର ୧୦୯/୨୦ରେ ଏକ ମାମଲା ରୁଜୁ କରି ମୃତଦେହକୁ ଶବ ବ୍ୟବଚ୍ଛେଦ କରି ପରିବାକୁ ହସ୍ତାନ୍ତର କରିଥିଲେ । ପରେ ତଦନ୍ତରୁ ଜଣାପଡିଛି ଯେ ବିଜୟ ପାତ୍ରଙ୍କ ହତ୍ୟାର କାରଣ । ବଚଶାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଛି।

ଗତ୧୦ ତାରିଖ ସନ୍ଧ୍ୟାରେ ବିଜୟ ଅମ୍ବାଦଳା ବଜାରକୁ ଯାଇ ଫେରିବା ବେଳେ ହତ୍ୟାକାରୀ ବିରକେଶରୀ ବାସାରି ଓ ବିଜୟଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ର କରି ପାଟିତୁଣ୍ଡ ହୋଇଥିଲା ଓ ଏହାପରେ ଉଗ୍ର ରୂପ ଧାରଣ କରିଥିଲା ଫଳରେ ବିର ବିଜୟକୁ ତଣ୍ଟିଚିପି ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛି । ଘଟଣାସ୍ଥଳରୁ ଗୋଟିଏ ଛୁରୀ ଓ ଗାମୁଛାକୁ ପୋଲିସ ଜବତ କରିବା ସହ ହତ୍ୟାକାରୀ ବିରକେଶରୀକୁ କୋର୍ଟ ଚାଲାଣ କରାଯାଇଛି ।

   Related Posts