Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଲୁଡୋ ଖେଳରୁ ଗଲା ଜୀବନ, ୫ଜଣ ମିଶି ଜଣଙ୍କୁ ମାରିଦେଲେ

17/03/2020 at 10:13 AM

ରାଜକୋଟ ୧୭।୩: ଗୁଜୁରାଟ କୁଚ୍ ଜିଲ୍ଲାର ଗାନ୍ଧୀଧାମ ଭାରତନଗର ଅଞ୍ଚଳରେ ସାମାନ୍ୟ ଲୁଡୋ ଖେଳ ପାଇଁ ଗଡିଲା ମୁଣ୍ଡ । ଶନିବାର୫ ଜଣ ମିଶି ଜଣଙ୍କୁ ହତ୍ୟା କରିଥିଛନ୍ତି । ଜଣେ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରାଯାଇଥିବାବେଳେ ଦୁଇ ନାବାଳକ ଅଭିଯୁକ୍ତଙ୍କୁ ରବିବାର ପୋଲିସ ଗିରଫ କରିଛି। ଦୁଇଜଣ ଅତିରିକ୍ତ ଅଭିଯୁକ୍ତ ଫେରାର ଅଛନ୍ତି ।

ପୋଲିସର ସୂଚନା ଅନୁଯାୟୀ, ଭାରତ ସାଙ୍ଗର, ପ୍ରିନ୍ସ ଗୋସ୍ବାମୀ, ରାହୁଲ ଚୌହାନ ଏବଂ ସେମାନଙ୍କର ଦୁଇ ନାବାଳକ ସହଯୋଗୀ ବିକାଶ ଆହିର (୧୯) ଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା ।

ନାବାଳକ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମୃତକଙ୍କ ସହ କଳହ କରିଥିଲେ ଏବଂ ଶେଷରେ ତାଙ୍କୁ ଚାପୁଡା ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଯେତେବେଳେ ଆହିର ଏବଂ ପାଲ, ଚିରାଗ ଏହି ଝଗଡା ଭିତରେ ହସ୍ତକ୍ଷେପ କଲେ, ସେତେବେଳେ ଆହିର, ଚିରାଗ ଏବଂ ମହେଶ୍ବରୀ ଏବଂ ନାବାଳକ ଅଭିଯୁକ୍ତ ପରସ୍ପର ମଧ୍ୟରେ ମାରପିଟ୍ ହୋଇଥିଲେ।

ଏହା ପରେ ନାବାଳକ ଜଣକ ଘଟଣାସ୍ଥଳ ଛାଡି ଭାରତ ସାଙ୍ଗର ସହିତ ଛୁରୀ ନେଇ ଫେରି ଆସିଥିଲେ। ଯେତେବେଳେ ଅଭିଯୁକ୍ତ ଅହିରଙ୍କୁ ଏକାକୀ ଦେଖିଥିଲେ ସେମାନେ ତାଙ୍କୁ ଦୋଷାରୋପ କରି ଦୁଇଥର ଛୁରୀରେ ଆକ୍ରମଣ କରିଥିଲେ । ଏ ନେଇ ଗାନ୍ଧୀଧାମ ଅପରାଧ ବିଭାଗର ଇନ୍ସପେକ୍ଟର ଡି ଭି ରାଣା ସୂଚନା ଦେଇଥିଲେ ।  ମୃତ ବ୍ୟକ୍ତି ବିବାହିତ ଥିଲେ ଏବଂ ତାଙ୍କର ଏକ ଫୁଡ୍ ଷ୍ଟଲ ଥିବା ଜଣାପଡିଛି ।

   Related Posts