ହତ୍ୟା କରି ବନ୍ଧରେ ଫିଙ୍ଗି ଦେଲେ ମୃତଦେହ, ପୋଲିସର ଛାନ୍ଭିନ୍
6/12/2020 at 3:17 PM

ସମ୍ବଲପୁର ୦୬।୧୨: ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲିରେ ହତ୍ୟାକାଣ୍ଡ । ଗତକାଲି ରାତିରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ପରେ ତାକୁ ବନ୍ଧରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ସୁନାପାଲି କ୍ଷେତିପଡାର ଏମ.ଡି ଅପତାର ।
ଖବର ଅନୁଯାୟୀ, ସେ ନେପାଳରେ କାମ କରୁଥିବା ବେଳେ ୧୫ ଦିନ ତଳେ ନିଜ ଘର ସମ୍ବଲପୁର ସୁନାପାଲି କ୍ଷେତିପଡାକୁ ଆସିଥିଲେ । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ସଦର ପୋଲିସ ଏସ୍ ଡିପିଓ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଧନୁପାଲି ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।
Related Posts
ସାରା ବିଶ୍ୱ ଏବେ ଡିଜିଟାଲ୍ ଖବର ମୁହାଁ
19 January 2021
ଉତ୍ତର ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ: ଧର୍ମେନ୍ଦ୍ର ପ୍ରଧାନ
19 January 2021
ଉଦଳା: ବାଇକ୍ ଡିକି ଭାଙ୍ଗି୨ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା
19 January 2021
ମା ବିରୋଧରେ ‘ପକ୍ସୋ’ ମାମଲା ! ନାବାଳକ ପୁଅକୁ ଦେଉଥିଲା ଯୌନ ନିର୍ଯାତନା
19 January 2021