ଯୁବକଙ୍କୁ ପଥରରେ ଛେଚି ହତ୍ୟା, ଜଣେ ଅଟକ

Published By : Prameya-News7 Bureau | July 08, 2020 IST

ବଲାଙ୍ଗୀର ୦୮।୦୭ : ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବାଦୀମୁଣ୍ଡାରେ ହତ୍ୟାକାଣ୍ଡ ଘଟିଯାଇଛି । ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତ ଯୁବକ ସୁରେସନ ନାଏକ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଯୁବକଙ୍କୁ ପଥରରେ ଛେଚି ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ପୋଲିସ ହତ୍ୟା ଅଭିଯୋଗ ରେ ଜଣେ ଯୁବକକୁ ଅଟକ ରହିଛି । ଅଟକ ଯୁବକ ଗୁଡାମ ଭୋଇ। ତେବେ ମୃତ ଯୁବକ ଜଣେ ପ୍ରବାସୀ ଶ୍ରମିକ । ସେ  ବାହାର ରାଜ୍ୟରୁ ଫେରିଥିବା ବେଳେ , ଗତ କିଛି ଦିନ ଧରି ସାଙ୍ଗ ମାନଙ୍କ ସାଙ୍ଗରେ ବାଦୀମୁଣ୍ଡା ହରିଜନ ପଡା ପୋଖରୀ ଆଡ଼ିବନ୍ଧ ରେ ବସି ମଦ୍ୟପାନ କରୁଥିଲେ ।

{"id":297637,"sizeSlug":"large"}

ଗତକାଲି ରାତିରେ ତିନିଜଣ ମିଶି ମଦ ପିଉଥିବା ବେଳେ, ତାଙ୍କ ମଧ୍ୟରେ ବଚସା ହୋଇଥିଲା। କଥା କଟାକଟି ଭିତରେ ସୁରେସନକୁ ଉଭୟ ଦୁଇଜଣ ସାଙ୍ଗ ପଥରରେ ମାଡ଼ ମାରିଥିଲେ। ଘଟଣା ସ୍ଥଳରେ ହିଁ ସୁରେସନଙ୍କ ମୃତ୍ୟୁ ହୋଉଥିଲା। ଖବରପାଇ ଘଟଣା ସ୍ଥଳରେ ଲୋଇସିଂଘା ଥାନା ପୋଲିସ ପହଂଚି ଶବ ଜବତ କରିବା ସହ ବଲାଙ୍ଗୀର ଭିମଭୋଇ ମେଡିକାଲ ହସ୍ପିଟାଲକୁ ପୋଷ୍ଟମଟର୍ମ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ହତ୍ୟାକାଣ୍ଡ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.