ତାସ୍‌ଖେଳରୁ ପାଟିତୁଣ୍ଡ, ପନିକିରେ ଆକ୍ରମଣ : ଜଣେ ବ୍ୟକ୍ତି ଗୁରୁତର

Published By : Prameya-News7 Bureau | October 26, 2020 IST

ପୁରୁଷୋତ୍ତମପୁର ୨୬।୧୦: ତାସଖେଳରୁ ପାଟିତୁଣ୍ଡ, ପରେ ପନିକି ଆକ୍ରମଣରେ ଜଣେ ଗୁରୁତର । ଗଞ୍ଜାମ ଜିଲ୍ଲା ପୋଲସରା ସହର ସ୍ଥିତ ଅଇରାଣୀ ପୋଖୀ ତ୍ରିନାଥ ମନ୍ଦିର ପରିସରରେ ଘଟିଛି ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ପୋଲସରା ସହର ସ୍ଥିତ ଅଇରାଣୀ ପୋଖରୀ ତ୍ରିନାଥ ମନ୍ଦିର ପରିସରରେ କୌଣସି କାରଣକୁ ନେଇ କାଳୀ ମନ୍ଦିର ସାହିର ସୁଶାନ୍ତ ସାହୁ କୁ ଭୀମ ସାହୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମନ୍ଦିର ପ୍ରାଙ୍ଗଣରେ ପଡିଥିଲେ ସୁଶାନ୍ତ । ପୋଲସରା ପୋଲିସ ଖବର ପାଇ ଗୁରୁତର ଅବସ୍ଥାରେ ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ସୁଶାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଭୀମ ପ୍ରଧାନ ଥାନାରେ ଆତ୍ମସମର୍ପଣ କରିଛି । ପୋଲିସ ଘଟଣାକୁ ଗୁରୁତର ସହ ନେଇ ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.