ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଲା ସ୍ୱାମୀ

Published By : Prameya-News7 Bureau | August 04, 2021 IST

ଖଲ୍ଲିକୋଟ ୦୪।୦୮: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ସ୍ୱାମୀ । ଗୁରୁତର ଅବସ୍ଥାରେ ସ୍ତ୍ରୀ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ମେରାଇନ ଥାନା ସାନ ଆର୍ଯ୍ୟପଲ୍ଲୀ ଗାଁରେ ଘଟିଛି ଘଟଣା ।

{"id":490701,"sizeSlug":"full","linkDestination":"none"}

ପରିବାର କଳହ ରୁ ସ୍ୱାମୀ ତାର ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଲା, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନନ୍ତରିତ | ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ମେରାଇନ ଥାନା ଖବର ଅନୁଯାୟୀ, ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ  ବି. ମୁକୋଡୁ ଓ ସ୍ତ୍ରୀ ବି. ଆରାମା ଙ୍କ ମଧ୍ୟରେ ଝଗଡା ହେବାରୁ ସେ ତା ବାପଘରେ ରହୁଥିଲା ।

{"id":490702,"sizeSlug":"full","linkDestination":"none"}

ବି. ଆରାମା ବୁଧବାର ସକାଳୁ କାମ କରିବା ପାଇଁ ଯାଉଥିବା ବେଳେ ଛକ ନିକଟରେ ସ୍ୱାମୀ ବି. ମୁ୍କୋଡୁ ପେଟ୍ରୋଲ ଧରି ତାସହ ଝଗଡା କରିବା ସହ ଉପରକୁ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ | ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲ ପରେ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି ।  ଘଟଣାର ଖବର ପାଇଁ ପୁଲିସ ପହଞ୍ଚି ସ୍ୱାମୀ ବି. ମୁକୋଡୁକୁ କାବୁ କରିବା ଥାନାରେ ଅଟକ ରଖି ତଦନ୍ତ ଜାରି ରହିଛି | ବି. ଆରାମାଙ୍କ ତିନୋଟି ଛୋଟ ଛୋଟ ପିଲା ରହିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.