ନିଆଁ ଲଗାଇ ମାଆ-ଭାଇ-ଭଉଣୀ-ଭାଣିଜୀଙ୍କୁ ହତ୍ୟା ଉଦ୍ୟମ ଘଟଣା: ଗିରଫ ହେଲା ଅଭିଯୁକ୍ତ ପୁଅ, ପଚରାଉଚରା ପରେ ଓଗାଳିଲା ସତ

Published By : Prameya-News7 Bureau | January 13, 2021 IST

ବ୍ରଜରାଜନଗର୧୩/୧: ବ୍ରଜରାଜନଗରରେ ପୁଣିଥରେ ପୋଡି ମାରିବା ଘଟଣାର ପର୍ଦ୍ଦାଫାସ କଲା ପୋଲିସ। ଗତ ଅକ୍ଟୋବର ମାସରେ ଏକ ଦମ୍ପତିଙ୍କୁ ନିଆଁରେ ପୋଡି ମାରିଥିଲେ ପୁତୁରା ଓ ଝିଆରୀ। ଏଥର ନିଜ ମା, ଭାଇ, ଭଉଣୀ ଓ ଭାଣିଜୀଙ୍କୁ ପୋଡି ମାରିବାକୁ ଉଦ୍ୟମ କରିଥିଲେ। ପୋଲିସ ହାତରେ ଧରା ପଡ଼ିଛି ପୁଅ।

ପୁନରାବୃତ୍ତି ହେଲା ବ୍ରଜରାଜନଗରରେ ଘଟିଥିବା ୩ ମାସ ତଳର କାହାଣୀ। ପୁଣିଥରେ ସାମ୍ନାକୁ ଆସିଲା ପୋଡି ମାରିବା ଉଦ୍ୟମକୁ ଦୁର୍ଘଟଣାର ରୁପଦେବାକୁ ଚେଷ୍ଟା କରିଥିଲେ। ସୋମବାର ବ୍ରଜରାଜନଗର ସହରାଞ୍ଚଳର ହରିଓମ ବିହାରରେ ଗୋଟିଏ ଘରେ ଶୋଇଥିବା ବେଳେ ଜଣେ ୭ ବର୍ଷର ନାବାଳିକା ସହ ଦୁଇଜଣ ମହିଳା ଓ ଅନ୍ୟ ଜଣେ ଯୁବକ ପୋଡି ଗୁରୁତର ଆହତ ହୋଇ ରାଉରକେଲା ଆଇଜିଏଚ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସନ୍ଦେହ ବଢାଉଥିଲା ବନ୍ଦ କୋଠରୀ ଭିତରର ଅଗ୍ନିକାଣ୍ଡ। ନିଆଁ କେଉଁଠୁ ଆସିଲା ଜଣାପଡୁ ନଥିଲା ।

କିନ୍ତୁ ବେଡରୁମ୍ ଭିତରେ ୩ଟି ପ୍ଲାଷ୍ଟିକ ଜାରରେ ପେଟ୍ରୋଲ ରଖା ଯାଇଥିବା ଦେଖିବାକୁ ମିଳିବା ପରେ ସନ୍ଦେହ ଦୃଢ଼ୀଭୁତ ହୋଇଥିଲା। ପୋଲିସ ତୁରନ୍ତ ସେହି ଘରେ ଥିବା ଜଣେ ବ୍ୟକ୍ତିକୁ ଉଠାଇ ନେଇଥିଲା। ଆରମ୍ଭ କରି ଦେଇଥିଲା ପଚରାଉଚୁରା। ପଚରାଉଚୁରା ପରେ ସତ ଓଗାଳିଥିଲା ସେହି ଯୁବକ। ପୋଲିସ ଜେରା କରିବା ପରେ ଜଣାପଡିଲା ସମ୍ପତ୍ତି ଲୋଭ ଓ ଅଭିଯୁକ୍ତର ପ୍ରେମ ବିବାହକୁ ନେଇ ରହିଥିଲା ଶତ୍ରୁତା ତେଣୁ ପୂର୍ବ ପ୍ରସ୍ତୁତି ଅନୁସାଅରେ ଘରର ସାନପୁଅ ରବିନ୍ଦ୍ର ସିଂହ ଜଣେ ନାବାଳକ ଓ ଅନ୍ୟ ଜଣେ ସହଯୋଗୀଙ୍କୁ ନେଇ ରଚିଥିଲା ହତ୍ୟାକାଣ୍ଡର ଷଡଯନ୍ତ୍ର। ଝାରସୁଗୁଡା ବ୍ରଜରାଜନଗର ହରିଓମ ବିହାରରେ ଘଟିଯାଇଛି ଏହିଭଳି ଏକ ଅଭାବନୀୟ ଘଟଣା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.