Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଆଇଆଇସିଙ୍କୁ ହତ୍ୟା, ଅପରାଧୀକୁ ଗିରଫ ପାଇଁ ଯିବା ବେଳେ ପିଟିପିଟି ମାରିଦେଲେ ଗାଁ ଲୋକେ

10/04/2021 at 9:38 AM

କୋଲକାତା ୧୦/୦୯:  ଥାନା ଅଧିକାରୀଙ୍କୁ ହତ୍ୟା । ପିଟିପିଟି ମାରିଦେଲେ ଦୁର୍ବୃତ୍ତ । ପଶ୍ଚିମବଙ୍ଗର ଏକ ଥାନାର ଜଣେ ଅଧିକାରୀଙ୍କୁ ବିହାରରେ ହତ୍ୟା କରାଯାଇଛି । ଜଣେ ଅପରାଧୀକୁ ଧରିବାକୁ ଯାଇଥିବା ବେଳେ ଗାଁ ଲୋକେ ତାଙ୍କୁ ପିଟିପିଟି ମାରିଦେଇଥିବା ସୂଚନା ମିଳିଛି ।

ସୂଚନାନୁସାରେ, ପଶ୍ଚିମବଙ୍ଗର ପଞ୍ଜିପୋଡା ଥାନାର ପନତାପାରା ଗ୍ରାମରେ ଏହି ଘଟଣା ଘଟିଛି । ଏହି ଗାଁରେ ଜଣେ ମୋଷ୍ଟ୍ ଓ୍ୱାଣ୍ଟେଡ୍ ଅପରାଧୀ ଲୁଚିଥିଲା । ତାକୁ ଧରିବା ପାଇଁ ବିହାର କିଶାନଗଞ୍ଜ ଥାନାଅଦିକାରୀ ଅଶ୍ୱିନ କୁମାର ଯାଇଥିଲେ । କିନ୍ତୁ ତାଙ୍କ ଉପରେ ଗାଁ ଲୋକେ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଶୁକ୍ରବାର ବିଳମ୍ବିତ ରାତ୍ର ପ୍ରାୟ ୨ଟାରେ ଏହି ଘଟଣା ଘଟିଛି । କିଶାନଗଞ୍ଜ ସୀମା ପଶ୍ଚିମବଙ୍ଗ ସହ ଲାଗି ରହିଛି । ଅଶ୍ୱିନ ଅପରାଧୀକୁ ଧରିବା ପୂର୍ବରୁ ସ୍ଥାନୀୟ ଥାନାକୁ ମଧ୍ୟ ଯାଇଥିଲେ । ସେଠାରେ ତାଙ୍କୁ ଅତିରିକ୍ତ ପୋଲିସ ଫୋର୍ସ ଦିଆଯିବ ବୋଲି କୁହାଯାଇଥିଲା । ଏହାପରେ ଅଶ୍ୱିନ ପ୍ରଥମେ ଗାଁକୁ ଚାଲି ଯାଇଥିଲେ । ଏହାପରେ ଗାଁ ଲୋକେ ତାଙ୍କ ଗାଡିକୁ ଅଟକାଇ କାଠ ଫାଳିଆ ଓ ପଥରରେ ତାଙ୍କୁ ପିଟିପିଟି ମାରିଦେଇଥିଲେ ।

ବର୍ତ୍ତମାନ ଅଶ୍ୱିନଙ୍କ ମୃତଦେହ ପଶ୍ଚିମବଙ୍ଗର ଇସାଲାମପୁର ହସ୍ପିଟାଲରେ ଅଛି । ଘଟଣା ସାମ୍ନାକୁ ଆସିବା ପରେ ବିହାର ପୋଲିସ ଆସୋସିଏସନ ସଭାପତି ମୃତ୍ୟୁଞ୍ଜୟ ସିଂ ପୀଡିତଙ୍କ ପରିବାରକୁ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ୧ କୋଟି ଟଙ୍କା ଲେଖାଏଁ କ୍ଷତିପୂରଣ ଦିଅନ୍ତୁ ବୋଲି ଦାବି କରିଛନ୍ତି ।

   Related Posts