Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ଗର୍ଭବତୀ ପ୍ରେମିକାକୁ ପ୍ରଥମେ ଆଲିଙ୍ଗନ କଲା, ପରେ ଛୁରୀରେ ତଣ୍ଟି କାଟି ହତ୍ୟା କଲା ପ୍ରେମିକ

9/03/2021 at 12:03 PM

ରାଞ୍ଚୀ,୦୯/୦୩:  ଝାଡଖଣ୍ଡର ପଲାମୁ ଜିଲ୍ଲାର ବାଲୁଘାଟରେ ଜଣେ ଯୁବତୀଙ୍କୁ ନୃଶଂସ ଭାବେ ତଣ୍ଟିକାଟି ହତ୍ୟା କରାଯାଇଥିଲା । ଏହି ଘଟଣା ଉପରୁ ପରଦା ଉଠାଇଛି ପୋଲିସ । ହତ୍ୟା ଅଭିଯୋଗରେ ପୋଲିସ ନାବାଳିକାର ପ୍ରେମିକ ଓ ତାର ଜଣେ ସହଯୋଗୀଙ୍କୁ ଗିରଫ କରିଛି । କୌଣସି ଶତ୍ରୁତା ନୁହେଁ ବରଂ ପ୍ରେମ ପ୍ରସଙ୍ଗରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି ।

ପୋଲିସର କହିବାନୁସାରେ, ହତ୍ୟା ପଛରେ ଜମିବାଡି କିମ୍ବା ପୂର୍ବ ଶତ୍ରୁତା ନାହିଁ । ପ୍ରଥମେ ଏହି ପ୍ରସଙ୍ଗକୁ ନେଇ ତଦନ୍ତ ଚାଲିଥିଲା । ପୋକ୍ସୋ ଆକ୍ଟରେ ମାମଲା ଚାଲିଥିଲା । ଯୁବତୀଜଣଙ୍କର ମୃତଦେହ ପଲାମୁ ଜିଲ୍ଲାର ହୁସେନାବାଦର ଏକ ଜମିର ମିଳିଥିଲା । ଏହି ହତ୍ୟା ପଛରେ ନାବାଳିକାର ପ୍ରେମିକ ଓମ ପ୍ରକାଶ ସିଂର ହାତ ରହିଛି । ଓମ୍ ପ୍ରକାଶ ନୀରଜ କୁମାର ନାମକ ଜଣେ ଯୁବକଙ୍କ ସହ ମିଶି ଏହି ହତ୍ୟାକାଣ୍ଡ ଘଟାଇଥିଲା ।

ତଦନ୍ତରୁ ସାମ୍ନାକୁ ଆସିଛି ଯେ, ପ୍ରେମିକା ଗର୍ଭବତୀ ଥିଲା । ଓମ ପ୍ରକାଶ ଉପରେ ସେ ବିବାହ ପାଇଁ ଚାପ ପକାଉଥିଲା । ଉଭୟ ଗର୍ଭପାତ କରିବା ନେଇ ଯୋଜନା କରିଥିଲେ । କିନ୍ତୁ ୧୦ ହଜାର ଟଙ୍କା ଆବଶ୍ୟକ ଥିଲା । ଏହାପରେ ଓମ୍ ପ୍ରେମିକାକୁ ହତ୍ୟା କରିବା ପାଇଁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲା । ଫେବ୍ରୁଆରୀ ୨୧ରେ ଓମ୍ ପ୍ରେମିକାକୁ ଭେଟିବା ପାଇଁ ଗାଁ ସ୍କୁଲ ନିକଟକୁ ଡାକିଥିଲା । ଉଭୟ କଥାବାର୍ତ୍ତା କରିଥିଲେ ଓ ଆଲିଙ୍ଗନ କରିଥିଲେ । ଏହା ପରେ ସେ ପ୍ରେମିକାର ତଣ୍ଟି କାଟି ହତ୍ୟା କରିଥିଲା । ପ୍ରେମିକାଜଣଙ୍କ ପ୍ରାଣ ହରାଇବା ପରେ ପ୍ରେମିକ ତାଙ୍କୁ ନଈପଠାରେ ପୋତି ଦେଇଥିଲା । କିଛିଦିନ ପରେ ନାବାଳିକାର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହର ଗୋଡରୁ ଜଙ୍ଗଲୀ ଜୀବଜନ୍ତୁ ଖାଇଦେଇଥିବା ଦେଖିବାକୁ ମିଳିଥିଲା ।

ପୋଲିସ ଆହୁରି ମଧ୍ୟ କହିଛି ଯେ, ନାବାଳିକାଜଣଙ୍କ ଓମଙ୍କ ପୂର୍ବରୁ ଆଉଜଣଙ୍କୁ ପ୍ରେମ କରୁଥିଲେ । କିନ୍ତୁ ପରେ ସେ ଓମଙ୍କ ପ୍ରତି ଆକର୍ଷିତ ହୋଇତିଲେ । ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢିଥିଲା । ପରେ ଉଭୟ ଶାରୀରିକ ସମ୍ପର୍କ ରଖିଥିଲେ । ଏହାପରେ ନାବିଳାକା ଗର୍ଭବତୀ ହୋଇଥିଲେ । ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ କରୁଛି ପୋଲିସ ।

   Related Posts